ବ୍ରହ୍ମପୁର: ଅପରାଧୀଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ବୋମା ମାଡ଼। ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଘଟିଛି ଏଭଳି ଘଟଣା। ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ। ତେବେ ବୋମା ନିଷ୍କ୍ରିୟ ପାଇଁ ଯାଇଥିବା ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେ ବୋମା ନିଷ୍କ୍ରିୟ କରୁଥିବା ବେଳେ ଫୁଟି ଯିବାରୁ ଆହତ ହୋଇଥିଲେ।
ମଙ୍ଗଳବାର ବିଳମ୍ବିତ ରାତିରେ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଲେନରେ ସୁରେଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ମାଡ ହୋଇଥିଲା। ବ୍ୟବସାୟକୁ କେନ୍ଦ୍ର କରି ଏହି ବୋମା ମାଡ଼ ହୋଇଥିବା ଆଶଙ୍କା କରାଯାଉଥିଲା। ଏହାର ତଦନ୍ତ କରିଥିଲା ବଡ଼ ବଜାର ଥାନା ପୋଲିସ। ତଦନ୍ତ ବେଳେ ବ୍ରହ୍ମପୁରର ପୁରୁଣା ଅପରାଧୀ ଦୁନିଆ ସାହୁ, ରାକେଶ ମିଶ୍ର ଓ ଶ୍ରୀକାନ୍ତ ପଣ୍ଡା ଏହି ବୋମା ମାଡରେ ସାମିଲ ଥିଲେ ଏବଂ ସେମାନେ ଶ୍ରୀକ୍ଷେତ୍ରବିହାର ୪ର୍ଥ ଲେନ୍ରେ ଏକ ଭଡ଼ା ଘରେ ଲୁଚିଥିବା ପୋଲିସ ଜାଣିବାକୁ ପାଇଥିଲା। ବୁଧବାର ୧୨ଟା ବେଳେ ବଡବଜାର ଥାନାର ଏସଆଇ ରଞ୍ଜିତ ଦାସ ଓ ତାଙ୍କ ଟିମ ସେହି ଘର ପାଖରେ ପହଞ୍ଚିଥିଲେ। ତେବେ ଏତିକି ବେଳେ ଦୁର୍ବୃତ୍ତମାନେ କବାଟ ବନ୍ଦ କରି ଭିତରେ ରହି ଯାଇଥିଲେ। ପୋଲିସ ଉପରକୁ ଫାଙ୍କା ଗୁଳି ଚଳାଇଥିବା ଶୁଣାଯାଇଥିଲା। ଦୁର୍ବୃତ୍ତଙ୍କ ଏଭଳି ପ୍ରତିରୋଧକୁ ଦେଖି ବ୍ରହ୍ମପୁର ଟାଉନ୍ ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଓ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ସମେତ ଏକ ପ୍ଲାଟୁନ ପୁଲିସ ସେହି ଘର ନିକଟରେ ପହଞ୍ଚିଥିଲେ। ଦୁର୍ବୃତ୍ତଙ୍କୁ ଆତ୍ମ ସମର୍ପଣ କରିବାକୁ ପୋଲିସ ପକ୍ଷରୁ ମାଇକ ଯୋଗେ ଚେତାବନୀ ଦିଆଯାଇଥିଲା।
ସେହି ଘର ଭିତରୁ ଜଣେ ମହିଳା ବାହାରକୁ ଆସି ଆତ୍ମ ସମର୍ପଣ କରିଥିଲେ ମଧ୍ୟ ୩ ଅଭିଯୁକ୍ତ ବାହାରକୁ ଆସିନଥିଲେ। ଫଳରେ ଘରର କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲା। କବାଟ ଭାଙ୍ଗି ଭିତରକୁ ପଶିବା ବେଳେ ଘର ଭିତରେ ଥିବା ଦୁର୍ବୃତ୍ତମାନେ ପୋଲିସ ଉପରକୁ ୨ଟି ବୋମା ଫିଙ୍ଗିଥିଲେ। ହେଲେ ବୋମା ଦୁଇଟି କବାଟରେ ବାଜି ଫୁଟିଯିବାରୁ ଏସଆଇ ରଞ୍ଜିତ ଓ ଅନ୍ୟ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେହି ଘର ଭିତରେ ଯାଞ୍ଚ ବେଳେ ୨ଟି ବ୍ୟାଗରେ ୭ରୁ ଅଧିକ ବୋମା ଓ ୫ଟି ଖଣ୍ଡା ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଉପରୋକ୍ତ ୩ ଅପରାଧୀଙ୍କ ସମେତ ପୁଲିସ ସେହି ଘରେ ଥିବା ୨ ଜଣ ମହିଳାଙ୍କୁ ମଧ୍ୟ କାବୁ କରି ଥାନାକୁ ଆଣିଥିଲା। ଅନ୍ୟପକ୍ଷରେ ସେହି ଘରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ ପାଇଁ ପୁଲିସର ବୋମା ନିଷ୍କ୍ରିୟକାରୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ଭିତରେ ରହି ବୋମା ଗୁଡ଼ିକୁ ନିଷ୍କ୍ରିୟ କରୁଥିବା ଟିମର ସଦସ୍ୟ ତଥା ହାବିଲଦାର ଅଶୋକ ପ୍ରଧାନଙ୍କ ହାତରେ ଗୋଟିଏ ବୋମା ଫୁଟି ଯାଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ବୋମା ମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁନିଆ ସାହୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
BREAKING NEWS
- Rajkummar Rao Baby Girl: ନିଜ ଝିଅକୁ ମାତା ପାର୍ବତୀଙ୍କ ନାମ ଦେଇଛନ୍ତି ରାଜକୁମାର ରାଓ ଏବଂ ପତ୍ରଲେଖା, ଏମିତି ପ୍ରଶଂସକଙ୍କ ସହ କରାଇଲେ ପରିଚୟ…
- Protests Against Trump: “ସହିବୁନି ଟ୍ରମ୍ପଙ୍କ ଜବରଦସ୍ତି”, ରାସ୍ତାକୁ ଓହ୍ଲାଇଲେ ଆମେରିକା ବିରୁଦ୍ଧରେ କ୍ରୋଧିତ ଗ୍ରୀନଲ୍ୟାଣ୍ଡବାସୀ…
- ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
- Swami Avimukteshwaranand: ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ବିଶୃଙ୍ଖଳା, ସ୍ନାନ କରିବାକୁ ମନା କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ, ମାଡ଼ ମାରିବା ଅଭିଯୋଗ ଆଣିଲେ ଶିଷ୍ୟ…
- ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ
- କିମ୍ସରେ ବର୍ଷକର ଶିଶୁର ବିରଳ ଅସ୍ତ୍ରୋପଚାର
- Republic Day 2026: ଭାରତ, ଚୀନ୍ ନା ଋଷିଆ; କେଉଁ ଦେଶର ସାମରିକ ପରେଡ୍ ଅଧିକ ସ୍ୱତନ୍ତ୍ର?
- କର୍ମଜୀବୀ ମହିଳାଙ୍କ ସୁବିଧା ପାଇଁ ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଉଦଘାଟନ ହେଲା ଆଧୁନିକ ରୋଷେଇ ଘର..
- Khamenei calls Trump Criminal: ଆମେରିକା ଉପରେ ଭଡକିଲେ ଖାମେନେଇ; କହିଲେ, “ଅପରାଧି ଟ୍ରମ୍ପ୍, ଇରାନକୁ ଗିଳିଦେବ…”
- BJP MP Residence Burgled: ଲୁଟି ନେଲେ ବିଜେପି ସାଂସଦଙ୍କ ଘର, ନେଇ ଗଲେ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା
Comments are closed.