Latest Odisha News

BREAKING NEWS

ବିଳମ୍ବିତ ରାତିରେ ପୁରୀରେ ବୋମାମାଡ, ଜଣେ ଅଟକ

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନିକଟରେ ବୋମାମାଡ । ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଥିବା ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ବୋମାମାଡ । ପ୍ରଥମେ ଦୁଇ ଦୁର୍ବୁତ୍ତ ଫେରାର ହୋଇ ଯାଇଥିଲେ କିନ୍ତୁ ଶେଷ ଖବର ସୁଦ୍ଧା ଜଣେ ଅଟକ ଥିବା ସୂଚନା ରହିଛି । ଏହି ବୋମାମାଡରେ କାହାରି କୌଣସି କ୍ଷତି ଘଟିନାହିଁ। ତେବେ କେଉଁ କାରଣ ପାଇଁ ଆଇନଜୀବୀଙ୍କ ଘର ଉପରକୁ ବୋମା ମାଡ ହୋଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ପରିବାର ଓ ସ୍ଥାନୀୟ ଲୋକେ ଭୟଭୀତ ଥିବା ସୂଚନା ରହିଛି ।

ପୋଲିସ କିନ୍ତୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି। ସିଟି ଡ଼ିଏସପି କେକେ ହରିପ୍ରସାଦ ଓ ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସିସିଟିଭି ଫୁଟେଜ ଅନୁଯାୟୀ ଦୁର୍ବୃତ୍ତ ମାନେ ଏକ କାରରେ ଆସିଥିଲେ । ସଙ୍ଗେସଙ୍ଗେ ଦୁଇଟି ଵୋମା ଫିଙ୍ଗିବା ପରେ କାରରେ ଫେରାର ହୋଇଯାଇଥିଲେ । ତେବେ ବୋମା ଫାଙ୍ଗିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ଟାଉନ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।

Comments are closed.