Latest Odisha News

BREAKING NEWS

ଅସଦାଚରଣ ମାମଲାରେ ଡାକ୍ତର ଗିରଫ 

ଅନୁଗୁଳ: ମହଙ୍ଗା ପଡିଲା ଅସଦାଚରଣ । ଜେଲ୍ ଗଲେ ଡାକ୍ତର । ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ପବିତ୍ର ମୋହନ ପ୍ରଧାନ । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଏକ ଦମ୍ପତ୍ତି ତାଙ୍କ ୧୩ ବର୍ଷୀୟ ଝିଅର ସ୍ୱାସ୍ଥ୍ୟ ଦେଖାଇବାକୁ ବାଘୁଆବୋଲସ୍ଥିତ ଡାକ୍ତର ପବିତ୍ର ମୋହନଙ୍କ କ୍ଲିନିକକୁ ଯାଇଥିଲେ ।

BjdElectrycity

ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ବାହାନାରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ପରିବାର ଲୋକ ତାଳଚେର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଡାକ୍ତରଙ୍କୁ ପୋକସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଡାକ୍ତର ମଧ୍ୟ ନାବାଳିକାଙ୍କ ବାପା-ମାଙ୍କୁ ଗାଳିଗୁଲଜ କରିବା ସହିତ ଧମକାଇଥିବା ଥାନାରେ ଅଭିଯୋଗ ରହିଛି।

Leave A Reply

Your email address will not be published.