Latest Odisha News

BREAKING NEWS

ଦାଦନ ଶ୍ରମିକରୁ ଫ୍ୟାସନ୍ ଡିଜାଇନର୍

ରାୟଗଡ଼ା : ନିୟମଗିରିର ପୁଅ ବନିଗଲେ ଫ୍ୟାସନ୍ ଡିଜାଇନର। ନିୟମଗିରି ବିଷମକଟକ ବ୍ଲକ ଚାଟିକୋଣା ଗାଁ ପୁଅ ହେଉଛନ୍ତି ଅଜୟ ସୁନା। ଗରିବ ପରିବାରରେ ଜନ୍ମ ତାଙ୍କର । ବାପା ମା ଙ୍କ ମୃତ୍ୟୁ ପରେ ପଲିଟିଦିନରୁ ଅନେକ ସଂଘର୍ଷ କରିଥିଲେ। ଦାଦନ ଖଟିବାକୁ ଯାଇଥିଲେ ଛତିଶଗଡ଼। କୁହାଯାଏ ଇଛାଶକ୍ତି ଥିଲେ ସବୁ ସମ୍ଭବ। ଦାଦାନ ଖଟୁଖଟୁ ନିଜ ପ୍ରତିଭାକୁ ପ୍ରସ୍ପୁଟିତ କରିବା ପାଇଁ ଖୋଜୁଥିଲେ ପ୍ଲାଟଫର୍ମ । ମିଳିଲା ସୁଯୋଗ ୨୦୨୦ ସେ ବନିଯାଇଥିଲେ ମିଷ୍ଟର ଛତିଶଗଡ଼।

ଏବେ ସେ ଖୁବ୍ ଫେମସ୍ ଫ୍ୟାସନ ଡିଜାଇନର୍ ହୋଇ ବଡ ବଡ ଫ୍ୟାସନ ସୋରେ ଜଜ୍ ହୋଇ ବସି ଅନ୍ୟମାନଙ୍କୁ ମନୋନିତ କରୁଛନ୍ତି । ୨୦୨୧ରେ ସେ ଫେମସ୍ ହନ୍ଟ ସୋରେ ଜର୍ଜ ଭାବେ ମଧ୍ୟ ବସିଥିଲେ। ଏବେ ସେ ଜୟ ସୋନି ନାଁ ରେ ବେସ୍ ପରିଚିତି ହୋଇ ଆମ ଓଡ଼ିଶା ମାଟି ପାଇଁ ଗୌରବ ଆଣିଛନ୍ତି । ଏବେ ସେ ରାୟଗଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଯଦି ଅଜୟଙ୍କୁ ଭଲ ପ୍ଲାଟଫର୍ମ ମିଳନ୍ତା ସେ ବିଦେଶରେ ମଧ୍ୟ ନିଜର ପ୍ରତିଭା ଦେଖାଇପାରନ୍ତେ ।

Leave A Reply

Your email address will not be published.