Latest Odisha News

ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍’ର ସିକ୍ବେଲରେ ନଜର ଆସିବେ ଝିଅ ଖୁସି କପୁର

ମୁମ୍ବାଇ: ଶ୍ରୀଦେବୀଙ୍କ ଶେଷ ଫିଲ୍ମ “ମମ୍” ୨୦୧୭ରେ ମୁକ୍ତିଲାଭ କରିଥିଲା। ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା ଏହି ଫିଲ୍ମ। ଏହାର କାହାଣୀଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏବେ ଶ୍ରୀଦେବୀ ଆଉ ଏହି ଦୁନିଆରେ ନାହାନ୍ତି।

କିନ୍ତୁ ପ୍ରଯୋଜକ ତଥା ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଏହି ଫିଲ୍ମର ଏକ ସିକ୍ୱେଲ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ମମ୍ ୨ର ନିର୍ମାଣ ବିଷୟରେ ଆଲୋଚନା ଆରମ୍ଭ ହୋଇଛି। ଏନେଇ ବୋନି କପୁର କହିଛନ୍ତି ଯେ ସେ ମମ୍ ୨ ପାଇଁ ଖୁସି କପୁରଙ୍କୁ କାଷ୍ଟ କରିବାକୁ ଯୋଜନା କରୁଛନ୍ତି। ନିକଟରେ ଖୁସି କପୁର ବଲିଉଡ ଫିଲ୍ମରେ ଡେବ୍ୟୁ କରିଥିଲେ। ଯାହାପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର ମିଳିଚାଲିଛି।

ଶ୍ରୀଦେବୀଙ୍କ ଫିଲ୍ମ “ମମ୍” ୭ ଜୁଲାଇ ୨୦୧୭ରେ ମୁକ୍ତିଲାଭ କରିଥିଲା। ଏହାକୁ ରବି ଉଦୟବର ନିର୍ମାଣ କରିଥିଲେ। ସଂଗୀତ ଦେଇଥିଲେ ଏ.ଆର. ରହମାନ ଏବଂ କୁତୁବ-ଏ-କୃପା। ଫିଲ୍ମର ପ୍ରଯୋଜକ ଥିଲେ ବୋନି କପୁର, ସୁନୀଲ, ମୁକେଶ ତଲରେଜା, ନରେଶ ଅଗ୍ରୱାଲ ଏବଂ ଗୌତମ ଜୈନ।

 

Comments are closed.