ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅନିଲ କପୂର ତଥା ଡିରେକ୍ଟର ବୋନି କପୂରଙ୍କ ମା’ ନିର୍ମଳା ସୁରିନ୍ଦର କପୂର । ଗତକାଲି ଅର୍ଥାତ୍ ମେ ୨ରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ମୁମ୍ବାଇ ସ୍ଥିତ ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ ।
ସେପଟେ ପୂରା କପୂର ପରିବାର ଉପରେ ଦୁଃଖର ଛାୟା ଛାଇଯାଇଛି । ପରିବାର ବର୍ଗଙ୍କ ସହିତ ବଲିଉଡର ଅନେକ ନାମୀଦାମୀ କଳକାର ତାଙ୍କର ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କୁ ଶେଷ ଦର୍ଶନ କରୁଛନ୍ତି । ଏହାପରେ ତାଙ୍କୁ ସେଠାରୁ ସିଧା ପଓ୍ବନ ହଂସ ଶ୍ମଶାନ ନିଆଯାଇ ସେଠାରେ ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ କରାଯିବ ।
ଯାହାକୁ ନେଇ ପୁଅ ବୋନି କପୂର ନିଜ ଇନଷ୍ଟାଗ୍ରାମରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଜାରି କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ସେ ଜୀବନକୁ ପୂରା ଜିଇଥିଲେ । ଏକ ପୂର୍ଣ୍ଣ ଏବଂ ଆନନ୍ଦମୟ ଜୀବନ ବିତାଇଛି । ଆଉ ଛାଡି ଯାଇଛି ତାଙ୍କର ପ୍ରିୟ ପରିବାର ଦ୍ୱାରା ଘେରି ରହିଥିବା ବେଳେ ସେ ମେ ୨ରେ ଶାନ୍ତିପୂର୍ଣ୍ଣ ଭାବରେ ବିଦାୟ ନେଇଛନ୍ତି । ନିଜର ଚାରି ଜଣ ସମର୍ପିତ ସନ୍ତାନ, ସ୍ନେହୀ ବୋହୂ, ଜଣେ ଯତ୍ନବାନ ଜ୍ୱାଇଁ, ଏଗାର ନାତି ନାତୁଣୀ, ଚାରି ଜଣ ଅଣନାତିଙ୍କ ସହ ଜୀବନର ଅନେକ ଅମୂଲ୍ୟ ସ୍ମୃତି ।
ନିର୍ମଳା କପୁର ଦିବଂଗତ ଚଳଚ୍ଚିତ୍ର ପ୍ରଯୋଜକ ସୁରିନ୍ଦର କପୁରଙ୍କ ପତ୍ନୀ ଏବଂ ବୋନି, ଅନିଲ, ସଞ୍ଜୟ ଏବଂ ରୀନା କପୂର ମାରୱାହଙ୍କ ମାଆ ଥିଲେ। ସେ ଅର୍ଜୁନ କପୁର, ସୋନମ କପୁର, ରିଆ କପୁର, ହର୍ଷ ବର୍ଦ୍ଧନ କପୁର, ଜାହ୍ନବୀ କପୁର, ଅଂଶୁଳା କପୁର, ଖୁସି କପୁର ଏବଂ ମୋହିତ ମାରୱାହଙ୍କ ସମେତ ଅନେକ ଅଭିନେତା ଏବଂ ସାଧାରଣ ବ୍ୟକ୍ତିତ୍ୱଙ୍କ ଜେଜେମା ରହିଥିଲେ ।
Comments are closed.