Latest Odisha News

BREAKING NEWS

ପୁସ୍ତକ ପରିଚୟ : ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ
ମୂଳ ବଙ୍ଗଳା : ଶେଖ ମକବୁଲ ଇସଲାମ
ଅନୁବାଦ : ପ୍ରଦୀପ କୁମାର ରାୟ
ପ୍ରକାଶକ ଆଦିତ୍ୟ ଭାରତ
ଇ ୩୯୫ , ସେକ୍ଟର – ୬
ସିଡିଏ କଟକ – ୭୫୩୦୧୪
ପୃଷ୍ଠା : ୯୪
ମୂଲ୍ୟ : ୧୨୦ ଟଙ୍କା

ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବ ଶାସ୍ତ୍ର ଏବଂ ତତ୍ତ୍ୱକୁ ନେଇ ଶେଖ ମକବୁଲ ଇସଲାମଙ୍କ ରଚିତ ପୁସ୍ତକ “ଶ୍ରୀଜଗନ୍ନାଥ” ପ୍ରଦୀପ କୁମାର ରାୟଙ୍କ ଦ୍ୱାରା ଓଡ଼ିଆ ଭାଷାରେ ଅନୂଦିତ ।

ଜଗନ୍ନାଥ ସଂସ୍କୃତି ସହ ମାନବୀୟ ଲୀଳାର ସାମଞ୍ଜସ୍ୟ ଭିତରେ ଶାସ୍ତ୍ରୀୟ ଏବଂ ତାତ୍ତ୍ୱିକବୋଧର ବିଶ୍ଳେଷଣ ଆବେଗତ୍ମକ ଭାବରେ ଉପସ୍ଥାପିତ  ହୋଇଛି ଏହି ପୁସ୍ତକଟିରେ । ଶ୍ରୀକ୍ଷେତ୍ରରେ ନିତି ଅନୁଷ୍ଠିତ ହେଉଥିବା ପ୍ରଭୁଙ୍କର ବିଭିନ୍ନ ଲୀଳା ଯଥା ରଥଯାତ୍ରା , ନବକଳେବର , ମହାପ୍ରସାଦ , ପଟ୍ଟଚିତ୍ର ସହ ଆହୁରି ଅନେକ ବିଷୟରେ ଆଲୋଚନା କରାଯାଇଛି । ସାଧାରଣତଃ ଯେଉଁ ସ୍ଥାନରେ ପୂଜା କରାଯାଏ ସେହି ସ୍ଥାନ ଭକ୍ତମାନଙ୍କ ଦ୍ୱାରା ନିର୍ବାଚିତ ହାଇଥାଏ ; କିନ୍ତୁ ଯେଉଁଠାରେ ଭଗବାନ ନିଜେ ନିଜକୁ ପ୍ରକାଶ କରନ୍ତି, ସେହି ସ୍ଥାନ ପ୍ରଭୁଙ୍କ ଇଛାରେ ମହିମାନ୍ବିତ ହୋଇଥାଏ । ଏହାହିଁ ଶଙ୍ଖକ୍ଷେତ୍ର ପୁରୀର ବିଶେଷତ୍ୱ । ଶ୍ରୀଜଗନ୍ନାଥଙ୍କର ନାନା ରୂପର ଅନ୍ତରାଳରେ ତାଙ୍କର ଯେଉଁ ସ୍ୱରୂପ ରହିଛି, ତାହା ହିଁ ଜଗତର ଆଧାର ତଥା ଆତ୍ମା ସ୍ୱରୂପ । ସେ ଅବ୍ୟୟ , ଅନନ୍ତ ଓ ଓଁକାର ସ୍ୱରୂପ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ପୂଜିତ ସୁଦର୍ଶନଙ୍କ ବିଷୟରେ ଖୁବ ସୁନ୍ଦର ଭାବରେ ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଜଗନ୍ନାଥଙ୍କ ବାମ ପାଶ୍ୱରେ ସୁଦର୍ଶନ ଦଣ୍ଡ ରହିଥାନ୍ତି  । ଏହି ଦଣ୍ଡରେ ଚକ୍ର ଚିହ୍ନ ରହିଥାଏ । ଏହି ଦାରୁ ରୂପ ତିନି ଠାକୁରଙ୍କ ସହ ନିମ୍ବ ବୃକ୍ଷଜାତ ହୋଇଥାଏ।

ଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ସ୍କନ୍ଦ ପୁରାଣ , ଗୌଡ଼ୀୟ ବୈଷ୍ଣବୀୟ ଦୃଷ୍ଟି , ଅଭେଦ ତତ୍ତ୍ୱ , ବୃକ୍ଷ ତତ୍ତ୍ୱ, ପଞ୍ଚତ୍ତ୍ୱ ପ୍ରଭୃତି ଉପାଖ୍ୟାନକୁ ନେଇ ପ୍ରଦୀପ କୁମାର ରାୟଙ୍କ ଏହି ଅନୁବାଦ ପୁସ୍ତକ ଜଗନ୍ନାଥ ପ୍ରେମୀଙ୍କ ମନକୁ ନିଶ୍ଚୟ ଆକୃଷ୍ଟ କରିବ ଏବଂ ବିପୁଳ ପାଠକୀୟ ଆଦୃତି ପାଇବ ।

Leave A Reply

Your email address will not be published.