Latest Odisha News

BREAKING NEWS

ମେଡିକାଲରେ ଝିଅର ନାମଲେଖାଇବା ନାଁରେ ବହି ଦୋକାନୀ ୨୨ ଲକ୍ଷ ଟଙ୍କାର ଠକେଇର ଶିକାର

ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଝିଅର ଆଡମିଶନ କରାଇଦେବା ନାଁରେ ଭୁବନେଶ୍ୱରର ଜଣେ ବହି ଦୋକାନୀ ୨୨ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସହରର ପୋଖରୀପୁଟ ଅଞ୍ଚଳର ଋଷି କୁମାର ପଟେଲଙ୍କୁ ତାଙ୍କ ଅଞ୍ଚଳର ଜଗନ୍ନାଥ ପ୍ରସାଦ ମହାନ୍ତି ଏମବିବିଏସରେ ନାମ ଲେଖାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପଟେଲ ଏକ ବହି ଦୋକାନ ସହ ଷ୍ଟେସନାରୀ ଦୋକାନ କରୁଥିବା ଜଗନ୍ନାଥ ମହାନ୍ତିଙ୍କର ଜଣେ ନିୟମିତ ଗ୍ରାହକ ଥିଲେ। ଜଗନ୍ନାଥ ମହାନ୍ତି ମଧ୍ୟ ପଟେଲଙ୍କ ଘରକୁ ଯାଇ ତାଙ୍କ ସହ ଘନିଷ୍ଠତା ବଢ଼ାନ୍ତି। ଝିଅକୁ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାର ପ୍ରତିଶ୍ରୁତି ଦେଇ ଟଙ୍କା ଦେବାକୁ ସେ ପଟେଲଙ୍କୁ ରାଜି କରାଇଥିଲେ।

ପଟେଲ୍ ଗୋଟିଏ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୨୨ ଲକ୍ଷ ଟଙ୍କା ଦେଇଥିଲେ, ପରେ ଜଗନ୍ନାଥ ମହାନ୍ତିଙ୍କ ଫୋନ୍ କଲର ଉତ୍ତର ଦେଇନଥିଲେ। ପରେ ପଟେଲ ଏ ନେଇ ଭୁବନେଶ୍ୱର ବିମାନବନ୍ଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.