Latest Odisha News

ସେପ୍ଟେମ୍ବର ୨୨ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ବିଧାନସଭା ଆଗରେ ଧାରଣା ଦେବେ ସରପଞ୍ଚ

ଭୁବନେଶ୍ୱର: ସରକାରୀ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ସରପଞ୍ଚମାନେ ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ପଞ୍ଚାୟତିରାଜ ବିଭାଗରେ ମୁଖ୍ୟତଃ ବ୍ଲକ୍ ଉନ୍ନୟନ ଅଧିକାରୀ ବା ବିଡିଓ କାମ କରନ୍ତି, ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଅଧିକାରୀଙ୍କୁ ପ୍ରତି କାମରେ ସରପଞ୍ଚମାନେ ଅନୁମତି ନେବା ଆବଶ୍ୟକ ବୋଲି କୁହାଯାଇଛି। ଏହାପରେ ବିବାଦ ସୃଷ୍ଟି ହୋଇଛି।

ସରପଞ୍ଚଙ୍କ କ୍ଷମତାକୁ ବ୍ୟାପକ ଭାବେ ହ୍ରାସ କରାଯାଇଛି। ପଞ୍ଚାୟତର ପ୍ରତ୍ୟେକ ଉନ୍ନୟନ ମୂଳକ କାମ ପାଇଁ ବିଡିଓଙ୍କ କାଉଣ୍ଟରସିଗ୍ନେଚର ବାଧ୍ୟତାମୂଳକ କରାଯାଇଛି। ଆମେ ସରପଞ୍ଚ ଭାବେ ଆମର ପୂର୍ବ ଅଧିକାର ଦାବି କରୁଛୁ। ଯଦି ସରକାର ଆମ ଦାବିକୁ ବିଚାରକୁ ନ ନିଅନ୍ତି ତେବେ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିବୁ ବୋଲି ରାଜ୍ୟ ସରପଞ୍ଚ ମହାସଂଘର ସଭାପତି ରୋମାନଚା ସାହୁ କହିଛନ୍ତି। ବ୍ଲକରେ ଥିବା ବିଡିଓ ସେମାନଙ୍କ ଅଧିକାର ଓ କ୍ଷମତାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସରପଞ୍ଚମାନେ ଅଭିଯୋଗ କରିଛନ୍ତି।

ସରପଞ୍ଚଙ୍କୁ ମାସକୁ ମାତ୍ର ୨୩୫୦ ଟଙ୍କା ମିଳୁଥିବା ବେଳେ ଅନ୍ୟ ଜନପ୍ରତିନିଧିଙ୍କୁ ଭତ୍ତା ବାବଦକୁ ମିଳୁଛି ଲକ୍ଷାଧିକ ଟଙ୍କା। ମାସିକ ୩୦ ହଜାର ଟଙ୍କା ଭତ୍ତା, ସ୍ୱାସ୍ଥ୍ୟବୀମା, ପ୍ରାକୃତିକ ବିପର୍ୟ୍ୟୟ ପାଇଁ ସରପଞ୍ଚ ପାଣ୍ଠିକୁ ବୃଦ୍ଧି କରିବା ପାଇଁ ଆମେ ଦାବି କରୁଛୁ ବୋଲି ଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.