Latest Odisha News

BREAKING NEWS

ବରୀରେ ବୁଥ୍‌ ରିଗିଂ ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ସାନି ମତଦାନ ଦାବି ନେଇ ଧାରଣା

ଯାଜପୁର: ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ । ଏହି ସମୟ ଭିତରେ ଯାଜପୁର ବରୀ ଅଞ୍ଚଳରେ ଦେଖାଦେଇଛି ନିର୍ବାଚନୀ ହିଂସା । ବୁଥ୍ ରିଗିଂ ଅଭିଯୋଗ ଆସିଛି । ଏହାକୁ ନେଇ ବରୀ ସାହୁପଡ଼ା ୧୦୬ନଂ ବୁଥ୍ ରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି ।

ତେବେ ଭୋଟ୍ ଦେବାକୁ ଆସିଥିବା କିଛି ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେପି । ଏଥିରେ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି । ଖାଲି ସେତିକି ନୁହେଁ ଭୋଟ୍ ଦେବାକୁ ଆସିଥିବା ଅନ୍ୟ କିଛି ଯୁବକଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ରାମଚନ୍ଦ୍ରପୁର ଥାନାରେ ବିଜେପିର କର୍ମୀମାନେ ଧାରଣା ଦେଇଛନ୍ତି । ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି । ତେଣୁ ସମ୍ପୂର୍ଣ୍ଣ ଆସନରେ ପୁଣି ଥରେ ମତଦାନ କରିବାକୁ ସେମାନେ ଦାବି କରିଛନ୍ତି ।

Comments are closed.