Latest Odisha News

BREAKING NEWS

ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ: ସିଡ଼ିଏସ ଅନିଲ ଚୌହାନ

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ। ୫ ସେପ୍ଟେମ୍ବର ଅର୍ଥାତ୍ ଶୁକ୍ରବାର ଦିନ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ) ଜେନେରାଲ ଅନିଲ ଚୌହାନ ଗୋରଖପୁରରେ ଏକ ସମାବେଶକୁ ସମ୍ବୋଧିତ କରି ଏଭଳୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ସହିତ ଭାରତର ସୀମା ବିବାଦ ଦେଶ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏ। ଯାହାକି ଆଗାମୀ ଦିନରେ ମଧ୍ୟ ରହିବ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି। ଏଥିସହିତ ଯୁଦ୍ଧର ନିୟମ ବଦଳିଯାଇଛି। ବର୍ତ୍ତମାନ୍ ଏଥିରେ ସାଇବର ଏବଂ ସ୍ପେସ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ଯାଇଥିବା ସେ କହିଛନ୍ତି। ଅପରପକ୍ଷରେ ପାକିସ୍ତାନର ଲଗାତାର ଆକ୍ରମଣ ମଧ୍ୟ ଭାରତ ପାଇଁ ଏକ ବଡ଼ ସମସ୍ୟା  ବୋଲି ସେ କହିଛନ୍ତି।

ଭାରତର ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦେଶ ମାନଙ୍କ ପାଖରେ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ରହିଛି। ତେଣୁ ସେମାନଙ୍କ ବିରୁଦ୍ଧରେ କେଉଁ ପ୍ରଣାଳୀ ଅବଲମ୍ବନ କରାଯିବା ଉଚିତ୍ ତାହା ସ୍ଥିର କରିବା ସର୍ବଦା କଷ୍ଟକର ହୋଇପଡ଼ିଥାଏ। ତେବେ ୨୨ ଏପ୍ରିଲରେ ପହଲଗାମ୍ ଆକ୍ରମଣର ଜବାବରେ ଅପରେସନ ସିନ୍ଦୁର ଆରମ୍ଭ କରାଯାଇ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା। ଏହି ସମୟରେ ସଶସ୍ତ୍ର ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଥିଲା ଯାହାଦ୍ଵାରା ସେମାନଙ୍କୁ ଯୋଜନା କରିବା ଏବଂ ଲକ୍ଷ୍ୟ ଚୟନ କରିବାର ସମ୍ପୂର୍ଣ୍ଣ ସ୍ଵାଧୀନତା ମିଳିଥିଲା। ତେଣୁ ଏହା ସଫଳ ମଧ୍ୟ ହୋଇଥିବା ନେଇ ସେ କହିଛନ୍ତି।

ଅପରପକ୍ଷରେ ଜେନେରାଲ ଚୌହାନ ଗୋରଖପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ପହଞ୍ଚିବା ପରେ ଗୋରଖା ଯୁଦ୍ଧ ସ୍ମାରକୀର ନବୀକରଣ କରାଯାଇଥିଲା। ଏହାବ୍ୟତୀତ ଗୋରଖା ସଂଗ୍ରହାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା।

 

Comments are closed.