Latest Odisha News

BREAKING NEWS

ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ; ୬ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ଯବାନ ମାନେ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

ମାମ୍ପା ଥାନା ଅନ୍ତର୍ଗତ ଦିଗଲିମେଟ୍ଟା ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପା କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗ କୁ ସୁଚନା ମିଳିଥିଲା । ଏହା ପରେ ଆନ୍ଧ୍ର ଯବାନ ମାନେ ସେଠାରେ କୁମିଂ ଅପରେସନ ଆରମ୍ଭ କରିଥିଲେ।

୩ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ନକ୍ସଲ ମାନେ ସ୍ଥାନ ଛାଡ଼ି ପଳାୟନ କରିବା ପରେ ସେଠାରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ବର୍ତ୍ତମାନ ସୁଦ୍ଧା ୬ ଜଣ ନକ୍ସଲ ପନ୍ଥିଙ୍କ ମୃତ ଦେହ ଠାବ ହୋଇଥିବା ବେଳେ ଅପରେସନ ଜାରି ରହିଛି ।

Leave A Reply

Your email address will not be published.