Latest Odisha News

BREAKING NEWS

ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ

ବାରିପଦା: ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ । ହସପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ  । ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛି ଜଣେ ଯୁବକ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଯୁବକ ଜଣକ ଜୀବନ ବଂଚିବାକୁ ସଂଘର୍ଷ କରୁଛନ୍ତି । ପାରିବାରିକ କଳହ ଯୋଗୁ ମହୁଳିଆ ଗାଁର ଏହି ଯୁଂବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା । ଆଉଟଡୋରରେ ବହୁତ ସମୟ ପଡି ରହିଥିଲେ ବି ଡାକ୍ତରଙ୍କ ଅବହେଳା ନେଇ ଉତ୍ତ୍ୟକ୍ତ ହୋଇଥିଲେ ପରିବାର ଲୋକେ । ପରେ ତାଙ୍କୁ ସର୍ଜରୀ ୱାର୍ଡ ରେଫର କରିବାକୁ କହିଥିବା ବେଳେ ସେଠାରେ ପୁଣି ଅଲଗା ୱାର୍ଡ ରେଫର କରିବାକୁ କୁହାଯାଇଥିଲା । ରୋଗୀ ଜଣକ ଅବସ୍ଥା ଗରୁତର ହୋଇ ପଡୁଥିବା ବେଳେ ଡାକ୍ତରଙ୍କର ଏହି ଅବହେଳାକୁ ବିରୋଧ କରାଯାଇଛି ।

ଜଣେ ଗୁରୁତର ଅବସ୍ଥାରେ ପହିଥିବା ରୋଗୀକୁ କିଭଳି ଡାକ୍ତର ସଠିକ୍ ଚିକିତ୍ସା ନକରି ଘଣ୍ଟା ଘଣ୍ଟା ବାହାରେ ପକାଇ ରଖୁଛନ୍ତି । ଯାହା ରୋଗୀର ଜୀବନ ବଞ୍ଚାଇବା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.