Latest Odisha News

କୋଟିଆ ସମସ୍ୟା ନେଇ ବିଶ୍ବ ଓଡ଼ିଶା ସମାଜର ଉଦବେଗ ପ୍ରକାଶ

ଭୁବନେଶ୍ବର : କୋଟିଆ ଗ୍ରାମପୁଞ୍ଜ ମାମଲା ନେଇ ଉଦବେଗ ପ୍ରକାଶ କରିଛି ବିଶ୍ବ ଓଡ଼ିଶା ସମାଜ । ଅନଲାଇନ୍ ଦ୍ବାରା ‘ବିଓସ’ର ପ୍ରତମ କାର୍ଯ୍ୟକାରୀ କମିଟି ବୈଠକରେ ଆନ୍ଧ୍ରପ୍ରଦେଶ ଦ୍ବାରା କୋଟିଆ ଗ୍ରାମଗୁଡିକୁ କାରସାଦି କରି ନିର୍ବାଚନ ଆଳରେ ନିଜ ରାଜ୍ୟ ସହ ମିଶାଇବା ପାଇଁ ଘୃଣ୍ୟ ଉଦ୍ୟମ କରାଯାଉଥିବାରୁ ଏହାକୁ ନିନ୍ଦା କରାଯାଇଛି । ଏଭଳି ଅନୈତିକ ଓ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଆନ୍ଧପ୍ରଦେଶର ଅସାଧୁ ଅମଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

‘ବିଓସ’ର ଅଧ୍ୟକ୍ଷ ତଥା ପରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅଧିବେଶନରେ ଓଡ଼ିଶା ସୀମାରେଖାର ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ଓ ସେମାନଙ୍କ ସାମଗ୍ରିକ କଲ୍ୟାଣ ସାଧନ କରିବା ନେଇ ପ୍ରତିବଦ୍ଧତା ଘୋଷଣା କରିଛି ‘ବିଓସ’ ।

ବୈଠକକୁ ସମ୍ବୋଧନ କରି ବରିଷ୍ଠ ଆଇନଜୀବୀ ଅଜିତ୍ ପାତ୍ର, ପୂର୍ବତନ ପୋଲିସ ଡିଜି ମନମୋହନ ପ୍ରହରାଜ, କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳୀର କର୍ମକର୍ତ୍ତା ଶୀତାବଲ୍ଲଭ ମହାପାତ୍ର ଓ ପର୍ଶୁରାମ ଦ୍ବିବେଦୀ, ‘ବିଓସ’ର ଆଇନ ପରାମର୍ଶଦାତା ଶିବଶଙ୍କର ମିଶ୍ର, ଆମ୍ବେଦକର ପ୍ରତିଷ୍ଠାନର ନିର୍ଦ୍ଦେଶକ ଦେବେନ୍ଦ୍ର ମାଝୀ, ଆଇଟି ବିଶେଷଜ୍ଞ ଆର.ଏନ ବେହେରା, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ବରିଷ୍ଠ ପ୍ରଶାସକ କୃପାନିଧି ବିଶ୍ବାଳ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରବି ପାଣି ଓ ସୁଧୀର ଦାସ ତଥା ‘ବିଓସ’ର ଅଷ୍ଟ୍ରେଲିଆସ୍ଥିତ ମୁଖ୍ୟ ମୁଖପାତ୍ର ସୁଶ୍ରୀ ଶ୍ବାତୀ ପ୍ରମୁଖ ବିଶ୍ବ ଓଡ଼ିଶା ସମାଜର ମୁଖ୍ୟ ଦାବି ପ୍ରତି ସମର୍ଥନ ଜ୍ଞାପନ କରିବା ସହ ବିଚ୍ଛିନ୍ନାଞ୍ଚଳ ବାସିନ୍ଦାଙ୍କ ସମସ୍ୟା ପ୍ରତି ସମବେଦନା ଜଣାଇଥିଲେ ।

Comments are closed.