Latest Odisha News

BREAKING NEWS

ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ:ଓଡିଶା-ଆନ୍ଧ୍ରପ୍ରଦେଶ ଟାଇଟଲ ମୁକାବିଲା

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟରେ ଓଡିଶା ୪୨ ରନରେ କର୍ଣ୍ଣାଟକକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ସଂସ୍କରଣରେ ଆନ୍ଧ୍ରପ୍ରଦେଶକୁ ହରାଇ ଓଡିଶା ଚାମ୍ପିୟନ ହୋଇଥିଲା । ସୋମବାର ମୁକାବିଲାରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୩ ଉଇକେଟ ହରାଇ ୨୨୪ ରନ କରିଥିଲା । ପଙ୍କଜ ଭୂଏ ୮୮ ଓ ସୁଖରାମ ମାଝୀ ୮୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

ଜବାବରେ କର୍ଣ୍ଣାଟକ ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ହରାଇ ୧୮୨ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରକାଶ ୧୦୫ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ବୋଲିଂରେ ଓଡିଶା ପକ୍ଷରୁ ପଙ୍କଜ ଓ ତପନ ଗୌଡ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ । ଫାଇନାଲ ମ୍ୟାଚ ଡିଡି ସ୍ପୋର୍ଟ୍ସରେ ପ୍ରସାରିତ ହେବ ।

Leave A Reply

Your email address will not be published.