Latest Odisha News

BREAKING NEWS

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନ, ଜମୁଛି ବାଣଭୋଜି

ଭୁବନେଶ୍ବର : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବଟାନିକାଲ ଗାର୍ଡେନର ବାଣଭୋଜି ସ୍ଥଳ । ଦୀର୍ଘ ଦୁଇ ବର୍ଷ ପରେ ବଟାନିକାଲ ଗାର୍ଡେନ ଖୋଲିବା ପରେ ଆଜିଠୁ ପୁଣି ଜମିଥିଲା ଭୋଜି ଭାତ । ପ୍ରଥମ ଦିନରୁ ବଟାନିକାଲ ଗାର୍ଡେନରେ କିଛି ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟେ ନନ୍ଦନକାନନ ବୁଲିବା ପାଇଁ । ହେଲେ ବାଣଭୋଜି ପାଇଁ ବାରଣ କରାଯାଇଥିବାରୁ ନିରାଶ ହୋଇ ଫେରୁଥିଲେ । ବଟାନିକାଲ ଗାର୍ଡେନର ବଣଭୋଜି ସ୍ଥଳ ଖୋଲିବା ପରେ ପର୍ଯ୍ୟଟକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବା ସହ ଓ ବଟାନିକାଲ ଗାର୍ଡେନର ପ୍ରାକୃତିକ ପରିବେଶ ଉପଭୋଗ କରି ବାଣଭୋଜି କରିବାର ମଜା ଉଠାଇ ପାରିବେ ପର୍ଯ୍ୟଟକ । ଏଥିପାଇଁ କୋଭିଡ ନିୟମ ବାଧ୍ୟତାମୂଳକ କରାଯାଇଛି ।

ସମସ୍ତ ପିଣ୍ଡି, କଟେଜକୁ ସାନିଟାଇଜ୍ କରାଯାଇଛି । ସର୍ବସାଧାରଣ ସ୍ଥଳରେ ଭୋଜିଭାତକୁ ବାରଣ କରାଯାଇଛି । କେବଳ ବାଣଭୋଜି ସ୍ଥଳରେ ହିଁ ଭୋଜିଭାତର ଆସର କରିହେବ । ସମୁଦାୟ ୬୩ଟି ପିଣ୍ଡି ମଧ୍ୟରୁ ବଡ଼ ପିଣ୍ଡିରେ ୨୦ଜଣ, ଛୋଟ ପିଣ୍ଡିରେ ୧୦ଜଣ ଭୋଜିଭାତ କରିପାରିବେ । ପିଣ୍ଡି ବୁକିଂ ଅନଲାଇନ ଓ ଅଫଲାଇନରେ ହୋଇପାରିବ । ଛୋଟ ପିଣ୍ଡି ୩୦୦ ଟଙ୍କା ଥିବା ବେଳେ ବଡ଼ ପିଣ୍ଡି ୫୫୦ ଟଙ୍କା ।

Leave A Reply

Your email address will not be published.