Latest Odisha News

BREAKING NEWS

ଆଫ୍ରିକାରେ ମିଳିଲା ଦୁନିଆର ତୃତୀୟ ସର୍ବବୃହତମ ହୀରା !

ନୂଆଦିଲ୍ଲୀ: ଆଫ୍ରିକାର ବୋତ୍ସାନାରେ ଦୁନିଆର ତୃତୀୟ ସର୍ବବୃହତମ ହୀରା ମିଳିଛି । ବୁଧବାର ଦେବସ୍ୱାନା ଡାଇମଣ୍ଡ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଲାଇନେଟ ଆର୍ମଷ୍ଟ୍ରଙ୍ଗ ଏହି ସୂଚନା ଦେଇଥିଲେ । ୧୦୯୮ କ୍ୟାରେଟର ଏକ ମୂଲ୍ୟବାନ ପଥର ଏଠାରେ ଖେଳାଯିବା ବେଳେ ମିଳିଥିଲା । ସଫା କରାଯିବା ପରେ ଏହା ଦୁର୍ଲଭ ଶ୍ରେଣୀର ହୀରା ବୋଲି ଜଣାପଡିଥିଲା ।

ସେଠାକାର ରାଷ୍ଟ୍ରପତି ମୋକେଗୱିଟିସ ମାସିସିଙ୍କୁ ଏହି ମୂଲ୍ୟବାନ ହୀରା ଦେଖା ଯାଇଥିଲା । ପୃଥିବୀର ସବୁଠାରୁ ବୃହତମ ହୀରା ଦକ୍ଷିଣ ଆଫ୍ରିକାରେ ୧୯୦୫ରେ ମିଳିଥିଲା । ଏହା ୩୧୦୬ କ୍ୟାରେଟ କୁଲିନାନ ହୀରା ଥିଲା । ୨୦୧୫ରେ ବୋତ୍ସାନାରେ ୧୧୦୯ କ୍ୟାରେଟ ଳେସେଡି ଲା ରୋନା ଶ୍ରେଣୀର ଥିଲା । ଏବେ ମିଳିଥିବା ହୀରାର ନାମ ଏବଂ ଶ୍ରେଣୀ ପ୍ରକାଶ କରାଯାଇ ନାହିଁ ।

Leave A Reply

Your email address will not be published.