Latest Odisha News

BREAKING NEWS

୪୩.୯ ଡିଗ୍ରୀରେ ଭାଜି ହେଲା ବୌଦ୍ଧ, ଆଉ ୩୬ ଘଣ୍ଟା ଅସହ୍ୟ ତାତି

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଆଜି ରାଜ୍ୟର ୨୮ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୯ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧ ପରେ ୪୩.୨ ଡିଗ୍ରୀ ସହ ଦ୍ୱିତୀୟ ଉପ୍ତତ୍ତ ସହର ହେଉଛି ଭୁବନେଶ୍ୱର ।

ତାଳଚେର ଓ କେନ୍ଦ୍ରାପଡ଼ାର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁ଼ଡ଼ାରେ ପାରଦ ୪୨.୮ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ଅନୁଗୁଳରେ ୪୨.୧ ଡିଗ୍ରୀ, ନୂଆପଡ଼ା, ବଲାଙ୍ଗିର, ଭବାନୀପାଟଣା ଓ କଟକରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଢେଙ୍କାନାଳରେ ପାରଦ ୪୧.୯ ଡିଗ୍ରୀ, ଚାନ୍ଦବାଲିରେ ୪୧.୮ ଡିଗ୍ରୀ, ଜଗତସିଂହପୁରରେ ୪୧.୬ ଡିଗ୍ରୀ, ଖୋର୍ଦ୍ଧାରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୧.୧ ଡିଗ୍ରୀ, ରାଉରକେଲା, ଟିଟିଲାଗଡ଼, ସୁନ୍ଦରଗଡ଼, ନୟାଗଡ଼, କେନ୍ଦୁଝର, ଭଦ୍ରକ, ବରଗଡ଼ରେ ୪୧ ଡିଗ୍ରୀ ରେକର୍ଡ ହୋଇଛି ସର୍ବୋଚ୍ଚ ଦିନ ତାପମାତ୍ରା ।

ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପରବର୍ତୀ ସମୟରେ  ଦିନ ତାପମାତ୍ରା ଧିରେ ଧିରେ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏ କମିବ । ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ସହ ସ୍ୱାଭାବିକ ତୁଳନାରେ ୩ରୁ ୫ ଡିଗ୍ରୀ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Comments are closed.