ବୌଦ୍ଧ:ଏବେ ପୁଣି ଉପରମୁହାଁ ହେବ ପାରଦ । ତେଣୁ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସର୍କୁଲାର ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିନା ଭୋଜନ ବିରତିରେ ସମସ୍ତ ସରକାରୀ ଅଫିସ୍ ଚାଲୁ ରହିବ । ଏପ୍ରିଲ ୧୦ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଏହି ସମୟରେ ଚାଲିବ ଅଫିସ୍ ।
ଏହି ସର୍କୁଲାର ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଜାରି କରିଛନ୍ତି ।
ସୂଚନାଥାଉକି, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ୧୨ରୁ ବଢ଼ିବ ଗରମ ଗୁଳୁଗୁଳି । ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଶନିବାରଠୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ । କିଛି ଦିନ ଧରି କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ଵସ୍ତି ମିଳିଥିଲା ।