Latest Odisha News

ବୌଦ୍ଧଭୀକ୍ଷୁ ୟୋଦାଙ୍କ ବିୟୋଗରେ ବୁଦ୍ଧମନ୍ଦିରରେ ଶୋକସଭା

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୁପର ପ୍ରତିଷ୍ଠାତା ସଦସ୍ୟ ତଥା କଳିଙ୍ଗ ନିପନ ଭୀକ୍ଷୁ ସଂଘର ମୁଖ୍ୟ କାଜିଓ ୟୋଦାଙ୍କ ବିୟୋଗରେ ଶୁକ୍ରବାର ସନ୍ଧ୍ୟାରେ ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ, ଓଡ଼ିଶା ଶାଖା ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠାନର ସଭାପତି ଡ଼ଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ପରଲୋକଗତ ଆତ୍ମାର ଶାନ୍ତିି ପାଇଁ ଦୀପଦାନ କରାଯିବା ପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସର୍ବଭାରତୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୀକ୍ଷୁ ସଂଘକୁ ତ୍ରିପିଟକରୁ ଶାନ୍ତିି ସୂତ୍ର ପାଠ କରିବାକୁ ନିବେଦନ କରିଥିଲେ ।

ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ବୁଦ୍ଧ ଧର୍ମ ଓ ବୌଦ୍ଧ ସଂଘ ପ୍ରତି ୟୋଦାଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଜୀବନ ସଦସ୍ୟ ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ହରି ପ୍ରସାଦ ପଟ୍ଟନାୟକ, ଅନିଲ୍ ଧୀର ଓ କମଳଲୋଚନ ମହାନ୍ତି ପ୍ରମୁଖ ବହୁ ବୁଦ୍ଧପ୍ରେମୀ ଯୁବକ ଯୋଗ ଦେଇଥିଲେ ।

Comments are closed.