Latest Odisha News

BREAKING NEWS

ଶନିଦେବଙ୍କ କୃପା ପ୍ରାପ୍ତି ଲାଗି ଆପଣାନ୍ତୁ ଏହିସବୁ ଉପାୟ !

ଭୁବନେଶ୍ୱର: ପ୍ରତିବ୍ୟକ୍ତିଙ୍କ ଜୀବନରେ ଗ୍ରହଚଳନ ଉପରେ କେତେକାଂଶରେ ବିଶ୍ୱାସ ରହିଥାଏ । ସମସ୍ତ ଗ୍ରହମାନଙ୍କର ନିଜର ଏକ ଦୃଷ୍ଟିଶକ୍ତି ରହିଛି । ଯାହାର ମଣିଷ ଜୀବନରେ ଶୁଭ ଓ ଅଶୁଭ ଦୃଷ୍ଟି ପକାଉଥିବା ନେଇ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

ସେଥିମଧ୍ୟରେ ଶନିଦେବ, ମଙ୍ଗଳ ଓ ବୃହସ୍ପତି ଅନ୍ୟତମ । ଜାଣନ୍ତୁ, ଶନିଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହିଭଳି କିଛି ଉପାୟ । ଯାହାଦ୍ୱାରା ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ।

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ପରିଧାନ କରି ହନୁମାନଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ ।

ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଚଳାଇ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ ।

ଏକ ଲୁହାପାତ୍ରରେ ସୋରିଷ ତେଲ ଭର୍ତ୍ତିକରି ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।

ମନ୍ଦିରକୁ ଯାଇ ଶନିଙ୍କ ନିକଟରେ ତେଲାଭିଷେକ କରନ୍ତୁ ।

ଶାସ୍ତ୍ରାନୁଯାୟୀ ଶନିଙ୍କର ଶୁଭ ଦୃଷ୍ଟି ପଡିବା ଫଳରେ ବ୍ୟକ୍ତି ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂରେଇ ଯିବା ସହ ଧନପ୍ରାପ୍ତି ହୋଇଥାଏ ।

Leave A Reply

Your email address will not be published.