Latest Odisha News

ବୌଦ୍ଧ ଜିଲ୍ଲାରୁ ଜବତ ହେଲା ପାଖାପାଖି ୨୦ କିଲୋର ବାରାହା ମାଂସ; ୪ ଗିରଫ

ବୌଦ୍ଧ: ଥମିନି ନିରିହ ବନ୍ୟଜନ୍ତୁ ଶିକାର। ସରକାରଙ୍କ ବିଭିନ୍ନ କଟକଣା ସତ୍ତ୍ୱେ ପ୍ରତିଦିନ ଏଭଳି ଘଟଣା ମାନ ସମ୍ନାକୁ ଆସୁଛି। ମଙ୍ଗଳବାର ଦିନ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଅଞ୍ଚଳର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ୧୯କିଲୋଗ୍ରାମ ବାରାହା ମାଂସ ଜବତ କରିଛି ବନ ବିଭାଗ।

ବେଆଇନ ଭାବେ ଚୋରା ଜଙ୍ଗଲଜନ୍ତୁଙ୍କ ମାଂସ ବିକ୍ରି କାରବାରରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ତଳଗାଁ ଗ୍ରାମର ବାବୁଲା ବେହେରା ଓ ଅନ୍ୟମାନେ ହେଲେ କୁଶଙ୍ଗ ପଞ୍ଚାୟତ କୁମାରୀ ଗ୍ରାମର ସୁଶାନ୍ତ ବେହେରା, ଦିଲ୍ଲୀପ ବେହେରା, ଅଜିତ ବେହେରା।

ପ୍ରାପ୍ତ ସୂଚନା ଅନୁଯାଇ ବୌଦ୍ଧ ବନବିଭାଗ ଏସିଏଫ ଙ୍କ ନେତୃତ୍ୱରେ ମଙ୍ଗଳବାର ରାତିରେ ପେଟ୍ରୋଲିଂ ଟିମ୍ ତଳ ଗାଁ ତ୍ରିନାଥଛକ ନିକଟରେ ବାରାହା ମାଂସ ନେଇ ଯାଉଥିବା ଏକ ମଟର ସାଇକେଲକୁ ଅଟକାଇ ସେଥିରେ ଥିବା ବାରାହା ମାଂସ ଓ ବାଇକ ସମେତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।

Comments are closed.