ଭୁବନେଶ୍ୱର: ଅଡ଼ୁଆରେ IRCTC। IRCTC ବିଜ୍ଞାପନରେ ପୁରୀ ଶ୍ରୀମନ୍ଦିର ଭୁଲ୍ ଫଟୋ ପ୍ରକାଶ କରିଥିବା ନେଇ ଅଭିଯୋଗ ହୋଇଛି।
ସୂଚନାନୁସାରେ,ଏକ ବିଜ୍ଞାପନରେ ପୁରୀ ଶ୍ରୀମନ୍ଦିରର ଭୁଲ୍ ଫୋଟୋ ଦିଆଯାଇଥିବାରୁ IRCTC ବିରୋଧରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଏନେଇ ଶ୍ରୀମନ୍ଦିର ଖୁଣ୍ଟିଆ ସେବାୟତ ମଧ୍ୟ ବିରୋଧ କରିଛନ୍ତି ।
ଏହି ବିଜ୍ଞାପନରେ ବାଲେଶ୍ଵରର ଇମାମି ଜଗନ୍ନାଥ ମନ୍ଦିର ଚିତ୍ରକୁ ଶ୍ରୀମନ୍ଦିର ବୋଲି ଦର୍ଶାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଥିବା ବେଳେ ଉକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି ହୋଇଛି ।
Comments are closed.