Latest Odisha News

BREAKING NEWS

ଡୋପ୍ ଟେଷ୍ଟରେ ବିଫଳ ହେଲେ ଷ୍ଟାର୍ ବକ୍ସର୍ ସୁମିତ୍ ସାଙ୍ଗୱାନ୍ !

ନୂଆଦିଲ୍ଲୀ: ଭାରତର ଯୁବ ବକ୍ସର ସୁମିତ ସାଙ୍ଗୱାନ ଡୋପ ଟେଷ୍ଟରେ ବିଫଳ ହୋଇଛି । ୯୧ କିଲୋଗ୍ରାମ ବିଭାଗର ଏହି ବକ୍ସର ଭାରତର ମାନ ତଳେ ପକାଇଛନ୍ତି । ଫଳରେ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି ।

ସୁମିତଙ୍କ ଶରୀରୁ ଶକ୍ତିବର୍ଦ୍ଧକ ଔଷଧର ମାତ୍ରା ମିଳିବା ପରେ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ତାଙ୍କ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ୨୫ ବର୍ଷୀୟ ଏହି ବକ୍ସର ୨୦୧୭ ଏସିଆନ୍ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିଲେ ।

୧୦ ଅକ୍ଟାବର ୨୦୧୯ରେ ତାଙ୍କ ୟୁରିନ୍ ସାମ୍ପୁଲ ସଂଗ୍ରହ କରାଯାଇଥିଲା । ପରୀକ୍ଷଣ ପରେ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିବାରୁ ଆମେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛୁ ବୋଲି ନାଡା ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ।

Leave A Reply

Your email address will not be published.