Latest Odisha News

BREAKING NEWS

ଖୁବଶୀଘ୍ର ଆସୁଛି ମାରୁତି ସୁଜୁକିର ନୂଆ ଶସ୍ତା ଇଲେକ୍ଟ୍ରିକ ଏସୟୁବି ‘ମାରୁତି ଫୁଟୁରୋ-ଇ’

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକିର ଶେଷରେ ଆଗକୁ ଆସୁଥିବା ନିଜ ଇଲେକ୍ଟ୍ରିକ ଏସୟୁବିର ନା ଉପରୁ ପରଦା ହଟିଛି । ଆଗରୁ ଚର୍ଚ୍ଚା ହେଉଥିଲା କି ମାରୁତି ତାର ଏସ-ପ୍ରେସୋ କୁ ଇଲେକ୍ଟ୍ରିକ ଭର୍ସନ ଆଣିବବୋଲି । ହେଲେ ଶେଷରେ କମ୍ପାନୀ ଏହାର ନା ‘ମାରୁତି ଫୁଟୁରୋ-ଇ’ ରଖିବ ବୋଲି ଜଣାପଡିଛି ।

କମ୍ପାନୀ ତାର ଏହି ନୂଆ ଶସ୍ତା ଇଲେକ୍ଟ୍ରିକ ଏସୟୁବି ‘ମାରୁତି ଫୁଟୁରୋ-ଇ’ ଟ୍ରେଡ଼ମାର୍କ ଆପ୍ଲିକେସନ ଫାଇଲ କରିଥିଲା , ଯେଉଁଥିରେ ଏସୟୁବି ନା ଉଠିଥିଲା । ଏହି ଇଲେକ୍ଟ୍ରିକ ଏସୟୁବି କମ୍ପାନୀ ‘ଅଟୋ ଏକ୍ସପୋ-୨୦୨୦’ ରେ ହେବ ପଦର୍ଶନ କରିବାର ସମ୍ଭାବନା ଅଛି ।

କମ୍ପାନୀ ତାର ଏହି ‘ଫୁଟୁରୋ-ଇ’ ଏଲେକ୍ଟ୍ରିକ ଏସୟୁଭି ର କନସେପ୍ଟ ଲଞ୍ଚ କରିବ । କମ୍ପାନୀ ଏହି ଏସୟୁଭି ପାଇଁ ଟ୍ରେଡ଼ମାର୍କ ଆପ୍ଲିକେସନ ଫାଇଲ କରିଥିଲା, ଯେଉଁଥିରେ ଏହି ଏସୟୁଭି ର ନା ଉଠୁଥିଲା । ଏଥର ‘ଅଟୋ ଏକ୍ସପୋ-୨୦୨୦’ ରେ ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକ କାର ପଦର୍ଶନ ହେବାର ଅଛି । ଏହି ଶ୍ରେଣୀର କାର ମଧ୍ୟରେ ଟାଟା ମୋଟର୍ସ, ମହିନ୍ଦ୍ରା, ଏମଜି ମୋଟର୍ସ ଆଦି କମ୍ପାନୀ ନିଜର ଗାଡି କୁ ପଦର୍ଶନ କରିବାର ଅଛି ।

ମାରୁତି ସୁଜୁକିର ନୂଆ ଶସ୍ତା ଇଲେକ୍ଟ୍ରିକ ଏସୟୁବି ‘ମାରୁତି ଫୁଟୁରୋ-ଇ’ର ଟେକ୍ନୋଲୋଜି ସମ୍ୱନ୍ଧରେ କିଛି ସୂଚନା ନଦେଇଥିଲେ ମଧ୍ୟ କାହାଯାଉଛି ଯେ ଏହା ‘ୱାଗନର ଆର ଇଭି’ ଠାରୁ ଅଧିକ ଭଲ । କମ୍ପାନୀ ଏହି ସମୟରେ ଦେଶରେ ଇଲେକ୍ଟ୍ରିକ ୱାଗନର ର ଟେଷ୍ଟଟିଂ କରୁଛି, ଏଥିପାଇଁ ୫୦ ମଡେଲ ରାସ୍ତାରେ ଟେଷ୍ଟିଙ୍ଗ ଚଲାଇଛି ।

‘ମାରୁତି ଫୁଟୁରୋ-ଇ’ ର ଆକାର ଛୋଟ ହେବ ଓ ସବୁବେଳ ପରି କମ୍ପାନୀ ଏହାକୁ ଗ୍ରାହକଙ୍କୁ କମ ଟଙ୍କାରେ ଲାଭଦାୟକ ଦେବ । ଯଦି କମ୍ପାନୀ ଏହି କାରକୁ ୱାଗନର ଇଲେକ୍ଟ୍ରିକ ପ୍ଲାଟଫର୍ମ ରେ ତିଆରୀକରେ ତାହାଲେ ଏଥିରେ ୭୨ ଭୋଲଟ ର କ୍ଷମତାବାଲା ମଟର ଓ ୨୫ କିଲୋୱାଟ କ୍ଷମତାର ବ୍ୟାଟେରୀ ପ୍ୟାକ ଦେବା ସମ୍ଭାବନା ଅଛି । ଏହି ମୋଟର ର ପ୍ରୟୋଗ କମ୍ପାନୀ ତାର ମଡେଲ ୱାଗନର ଇଲେକ୍ଟ୍ରିକ ରେ ମଧ୍ୟ କରିଛି । ଏହାଛଡା ଏହି ଏସୟୁଭି ରେ କମ୍ପାନୀ ଏସି ଓ ଡିସି ଫାଷ୍ଟ ଚାରଜିଙ୍ଗ ସିଷ୍ଟମ କୁ ବି ଏଥିରେ ସାମିଲ କରିବାର ସମ୍ଭାବନା ଅଛି ।ଥରେ ଚାର୍ଜ କଲେ ଏହି କାର ୧୩୦ ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେବ ।

ଏପର୍ଯ୍ୟନ୍ତ କଂପାନୀ ଅଫିସିଆଲ ତରଫରୁ କିଛି ସୂଚନା ମିଳିନାହିଁ । ଏବେ ଦେଶକୁ ଅପେକ୍ଷା କରିବାର ଅଛି ମାରୁତିର ଏହି ମଡେଲ ‘ମାରୁତି ଫୁଟୁରୋ-ଇ’ କେବେ ଗ୍ରାହକଙ୍କ ପାଇଁ ଆସୁଛି ।

Leave A Reply

Your email address will not be published.