Latest Odisha News

BREAKING NEWS

୧୩ ଘଣ୍ଟାରୁ ଅଧିକ ସମୟ ହେବ ୪୦୦ ଫୁଟ ଗଭୀର ବୋରୱେଲରେ ଫସି ରହିଛି ୮ ବର୍ଷର ବାଳକ

ଇନ୍ଦୋର: ମଙ୍ଗଳବାର ଖେଳୁଥିବା ବେଳେ ଜଣେ ୮ ବର୍ଷର ବାଳକ ୪୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି। ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହାକୁ ନେଇ ସାରା ଦେଶର ନଜର ରହିଛି।

ଜଣେ ଅଧିକାରୀଙ୍କ କହିବାନୁସାରେ, ଘଟଣାଟି ସଂଧ୍ଯା ପ୍ରାୟ ୫ ଟା ସମୟରେ ମାଣ୍ଡଭି ଗ୍ରାମରେ ଘଟିଥିଲା। ଆଥନର ପୋଲିସ୍ ଷ୍ଟେସନ ଦାୟିତ୍ୱରେ ଥିବା ଅନିଲ ସୋନି କହିଛନ୍ତି ଯେ ତନ୍ମୟ ଦିୟାଭାର ନାମକ ଜଣେ ୫ ବର୍ଷର ଛୋଟଛୁଆ ପଡ଼ିଆରେ ଖେଳୁଥିଲା, ଏହି ସମୟରେ ସେ ବୋରୱେଲରେ ଖସିପଡ଼ିଥିଲା। ବୋରୱେଲଟି ନଘୋଡାଇ ଖାଲି ରହିଥିଲା।

ତେବେ ବିଳମ୍ବିତ ରାତିରୁ ଏକ ବଡ ମେସିନ ଜରିଆରେ ଖୋଳାଯାଇ ଉଦ୍ଧାର କରାଯାଇଛି। ଛୋଟ ଛୁଆଟିକୁ ଅକ୍ସିଜେନ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପିଲାଟି ପ୍ରାୟ ୬୦ ଫୁଟ ଗଭୀରରେ ବୋରୱେଲରେ ଫସି ରହିଛି। ଏହି ବୋରୱେଲ ୪୦୦ ଫୁଟ ଗଭୀର ଅଟେ। ଏହି ଘଟଣାରେ ଖବର ପାଇବା ମାତ୍ରେ ପ୍ରଶାସନ ଏବଂ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିଇଆରଏଫ ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୁଇବର୍ଷ ତଳେ ନାନକ ଚୌହାନ ନାମକ ଜଣେ ବ୍ୟକ୍ତି ଏହି ବୋରଓ୍ୱେଲ ଖୋଳିଥିଲେ। କିନ୍ତୁ ପାଣି ନ ବାହାରିବାରୁ ନଳକୂପଟି କାର୍ଯ୍ୟକ୍ଷମ ହୋଇ ନ ଥିଲା। ଏହାପରେ ଏହି ଗଭୀରକୁ ପୋତି ସେମିତି ଛାଡ଼ି ଦେଇଥିଲେ। ତେବେ ଚୌହାନ କହିଛନ୍ତି ବୋରଓ୍ୱେଲ ଘୋଡ଼ା ହୋଇ ରହିଥିଲା କିନ୍ତୁ ପିଲାଟି କେମିତି ଘୋଡ଼ଣି କାଢ଼ିଲା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.