Latest Odisha News

ଅବୈଧ ବାଲି ଉଠାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ୱର: ଜନ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି ବାବୁ । ସାଂସଦଙ୍କୁ ହେୟଜ୍ଞାନ କରୁଛି ଜିଲ୍ଲା ପ୍ରଶାସନ । ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଆଖାଇ ଏବଂ କୁସଭଦ୍ରା ନଦୀ ପଠାରୁ ବେଆଇନ୍ ବାଲି ଉଠାଣକୁ ନେଇ ପୁଣି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଛନ୍ତି, ପୂର୍ବରୁ ଅଭିଯୋଗ ପରେ ବାଲି ଉଠାଣ ୩ ମାସ ଧରି ବନ୍ଦ ଥିଲା । ଏବେ ପୁଣି ଆରମ୍ଭ ହୋଇଛି । ଯାହାକୁ ନେଇ ସାଂସଦ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ସାଂସଦ ସ୍ଥାନୀୟ ଲୋକଙ୍କ ସହ ବାଲି ଉଠାଣ ସ୍ଥାନକୁ ଯିବା ସହ ସ୍ଥିତି ପରଖିଛନ୍ତି । ଏଥିସହ ଲିଜ୍ ଅନୁସାରେ ବାଲି ଉଠାଣ ନେଇ ଥିବା ସର୍ତ୍ତକୁ ପ୍ରଶାସନକୁ ମନେ ପକାଇ ଦେଇଛନ୍ତି ସାଂସଦ । ଆଗାମୀ ଦିନରେ ପ୍ରଶାସନ ଏସବୁର ତର୍ଜମା କରି ପଦକ୍ଷେପ ନ ନେଲେ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଭୁବନେଶ୍ୱର ଉପକଣ୍ଠରେ ବେଆଇନ୍ ବାଲି ଉଠାଣ କିଭଳି ୩ ମାସ ପରେ ବେଧଡ଼କ ଆରମ୍ଭ ହେଲା ? ପ୍ରଶାସନ କାହିଁକି ଚୁପ୍ ବସିଛି ? ଏହା ପଛରେ ଶାସକ ଦଳର କେଉଁ ନେତା, ମନ୍ତ୍ରୀଙ୍କ ହାତ ରହିଛି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Leave A Reply

Your email address will not be published.