Latest Odisha News

BREAKING NEWS

ଫ୍ରିଜ ମଧ୍ୟରେ ୨୦ ଘଂଟା ରହି ନିଜକୁ ବଂଚାଇଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ: ରଖିବ ହରି ମାରିବ କିଏ । ଫିଲପାଇନ୍ସରେ ଏ ଭଳି ଏକ ଘଟଣା ଘଟିଛି । ପ୍ରବଳ ଝଡ ତୋଫାନ ଯୋଗୁ ସିଜେ ଜେମ୍ସ ରହୁଥିବା ଘରେ ପାଣି ପଶି ଯାଇଥିଲା । କିଛି ବୁଦ୍ଧି ନ ପାଇ ୧୧ ବର୍ଷର ବାଳକଟି ଘରେ ଥିବା ଫ୍ରିଜ ମଧ୍ୟରେ ପଶି ଯାଇଥିଲା । ୨୦ ଘଂଟା ପରେ ତାକୁ ନଦୀ କୂଳରେ ଉଦ୍ଧାର କରାଯାଇଥିଲା । ଏଠାରେ ଏକ ଫ୍ରିଜ ପଡିଥିବା ଦେଖି ଉଦ୍ଧାରକାରୀ ଦଳଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ସେମାନେ ଏହାର ଚାବି ଭାଙ୍ଗିବାରୁ ଭିତରେ ଗୋଟିଏ ଛୋଟ ପିଲା ଆଖି ଜୁଳୁ ଜୁଳୁ କରି ଅନେଇଥିଲା । ଉଦ୍ଧାର ହେବା ପରେ ସେ ପ୍ରଥମେ ପ୍ରବଳ ଭୋକ ଲାଗୁଛି ବୋଲି କହିଥିଲା ।

ଡାକ୍ତରୀ ଚିକିତ୍ସା ପରେ ପିଲାଟିର ଭାଙ୍ଗି ଯାଇଥିବା ଗୋଡକୁ ମଧ୍ୟ ପ୍ଲାଷ୍ଟର କରାଯାଇଥିଲା । ତଦନ୍ତ ପରେ ପିଲାଟିର ବାପା ଏହି ଦୁର୍ବିପାକରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ କିପରି ବଂଚି ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.