Latest Odisha News

BREAKING NEWS

ହାତୀ ପାଇଁ ଓଭରପାସ୍: ଆଠଗଡ-ଢେଙ୍କାନାଳ ରେଳଲାଇନ୍ ଉପରେ ତିଆରି ହେବ ଓଭରପାସ

ଢେଙ୍କାନାଳ : ପ୍ରଥମଥର ପାଇଁ ରାଜ୍ୟରେ ହାତୀ ପାଇଁ ହେବ ଓଭରପାସ୍ । ଆଠଗଡ-ଢେଙ୍କାନାଳ ରେଳ ଲାଇନ୍ ଉପରେ ଏହି ଓଭରପାସ୍ ନିର୍ମାଣ କରାଯିବ । ୧୦୦ ମିଟର ଚଉଡାରେ ଏହି ଓଭରପାସ୍ ତିଆରି ହେବ । ଢେଙ୍କାନାଳ କପିଳାସ ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କ ରେଳଲାଇନ୍ ଅତିକ୍ରମ ପାଇଁ ଏହି ଓଭରପାସ୍ ତିଆରି ହେଉଛି । ଏହା ନିର୍ମାଣ ହେବା ଫଳରେ ଅଧିକାଂଶ ସମୟରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ହାତୀ ସୁରକ୍ଷିତ ରହିପାରିବେ ।

ନ୍ୟାସନାଲ ବୋର୍ଡ ଫର ୱାଇଲ୍ଡଲାଇଫ୍ ପକ୍ଷରୁ ଓଭରପାସର କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି । ଏହି ଓଭରପାସର ନିର୍ମାଣ ପାଇଁ ପାଖାପାଖି ୨ ବର୍ଷ ଲାଗିପାରେ । ପ୍ରଥମେ କଂକ୍ରିଟର ଏକ ଢାଞ୍ଚା ନିର୍ମାଣ କରାଯିବ । ଏହା ଉପରେ ମାଟିଦେଇ ଜଙ୍ଗଲ ଭଳି ପରିବେଶ ପ୍ରସ୍ତୁତ କରାଯିବ ।

ଯେଉଁ ରାସ୍ତା ଦେଇ ହାତୀ ସହ ଅନ୍ୟ ବନ୍ୟ ଜନ୍ତୁ ରେଳଧାରଣାକୁ ଅତିକ୍ରମ କରିପାରିବେ । ଏହାଦ୍ୱାରା ରେଳଧକ୍କାରେ ହେଉଥିବା ହାତୀମୃତ୍ୟୁକୁ ରୋକିହେବ । ସେଇ ନିଦ୍ଦିଷ୍ଟ ପଥ ଦେଇ ଯେମିତି ହାତୀ ଯିବା ଆସିବା କରିବେ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବନ୍ଦୋବସ୍ତ ହେବ । ହାତୀପାଇଁ ହେବାକୁ ଥିବା ଓଭରପାସର ଆଖପାଖ ଅଞ୍ଚଳରେ ପ୍ରାୟ ଦେଢ କିଲୋମିଟର ଯାଏଁ ବ୍ୟାରିକେଡ କରି ଟ୍ରେନ ଲାଇନକୁ ସୁରକ୍ଷିତ କରାଯିବ ।

ହାତୀ ବିପଦସଙ୍କୁଳ ଭାବେ ରେଳଧାରଣା ପାର ନ ହୋଇ ଏହି ନିଦ୍ଧିଷ୍ଟପଥ ଦେଇ ରେଳଧାରଣାକୁ ଅତିକ୍ରମ କରିବେ

Leave A Reply

Your email address will not be published.