Latest Odisha News

BREAKING NEWS

ଅପରାଧ ଦୁନିଆରେ ବି ଅଛି କିଛି ନିୟମ ଆଉ ମାନବିକତା

ଭୁବନେଶ୍ୱର: ଅପରାଧୀଙ୍କ ହୃଦୟ ଅଛି ? ଅଣ୍ଡରୱାର୍ଲ୍ଡ ତଥା ଅପରାଧ ଦୁନିଆରେ ବି କିଛି ନିୟମ ଅଛି ? ଏହି ପ୍ରଶ୍ନ ସର୍ବଦା ସାଧାରଣ ନାଗରିକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ଆଜ୍ଞା ହଁ.. ଅପରାଧୀଙ୍କ ବି ହୃଦୟ ଅଛି ଆଉ ସେମାନେ କେତେକ ନିର୍ଦ୍ଦିଷ୍ଟ ନିୟମ ମାନିଥାନ୍ତି, କାରଣ ସର୍ବଶେଷରେ ସେମାବେ ବି ମଣିଷ । ନିକଟରେ ଏ ଭଳି ଏକ ଘଟଣା ଘଟିଲା ଯାହା କି ଅପରାଧ ଦୁନିଆରେ ହଇଚଇ ସୃଷ୍ଟି କରିଦେଲା । ୨୨ ଅଗଷ୍ଟ ୨୦୨୨ରେ ବ୍ରିଟେନର ଲିଭରପୁଲରେ ୯ ବର୍ଷୀୟା ଆଲବିୟା ତାଙ୍କ ମାଆ ସହିତ ଘରେ ଥିବା ବେଳେ ଜଣେ ଅପରାଧୀ ଅନ୍ୟ ଜଣଙ୍କୁ ପିଛା କରି ତାଙ୍କ ଘର ନିକଟକୁ ଆସିଥିଲା । ଆଲବିୟାର ମାଆ ଘରର କବାଟ ବନ୍ଦ କରିଲା ବେଳକୁ ଅପରାଧୀଜଣଙ୍କ ତାଙ୍କ ହାତକୁ ଗୁଳି ମାରିଥିଲା । ମାଆ ପଡିଯିବା ପରେ ଘରେ ଖେଳୁଥିବା ନିରୀହ ଆଲବିୟାଙ୍କୁ ମଧ୍ୟ ଗୁଳି କରି ଦେଇଥିଲା । ସମସ୍ତ ଉଦ୍ୟମ ସତ୍ୱେ ଆଲବିୟାଙ୍କୁ ବଂଚା ଯାଇ ପାରି ନ ଥିଲା । ଯାହାକୁ ନେଇ ସାରା ବ୍ରିିଟେନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ସମ୍ପୂର୍ଣ୍ଣ ଘଟଣାକୁ ଅପରାଧ ଦୁନିଆ ସହ ସମ୍ପୃକ୍ତ ଅପରାଧୀମାନେ  ନିନ୍ଦା କରିଥିଲେ । ଶେଷରେ ଉକ୍ତ ଅପରାଧୀଙ୍କୁ ସମ୍ପୂର୍ଣ୍ଣ ଭାବେ ବୟକଟ କରାଯାଇଥିଲା । ଏପରିକି ତାଙ୍କୁ ଧରାଇବା ପାଇଁ ସେମାନେ ପୋଲିସକୁ ପରୋକ୍ଷରେ ସହଯୋଗ କରିଥିଲେ । ଏହି ଘଟଣା ପରେ ଅପରାଧୀଙ୍କ ମନରେ ବି ମାନବିକତା ଅଛି ବୋଲି ଅନୁଭବ କରାଯାଇଥିଲା । ଭାରତର ବହୁ ଚର୍ଚ୍ଚିତ ନିର୍ଭୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ସାଥୀ କୈଦୀମାନେ ବାରମ୍ବାର ପିଟିଥିଲେ । ଶେଷରେ ତାଙ୍କୁ ଅଲଗା ରଖା ଯାଇଥିଲା । ସେହିପରି ଚମ୍ବଲରେ ଡାକୁମାନେ ଡକାୟତ କରିବା ଯିବା ପୂର୍ବରୁ ମାଆ କାଳୀଙ୍କୁ ପୂଜା କରିଥାନ୍ତି । ସେମାନେ କୌଣସି ଗରୀବ ବ୍ୟକ୍ତି କିମ୍ବା ରାସ୍ତାରେ ଯାଉଥିବା ଲୋକଙ୍କୁ ହଇରାଣ କରନ୍ତି ନାହିଁ । କେବଳ ଧନୀ ଲୋକଙ୍କ ଘରୁ ସେମାନେ ଡକାୟତ କରିଥାନ୍ତି । ଆଉ ଯେଉଁମାନେ ଏହି ନିୟମ ମାନନ୍ତି ନାହିଁ ସେମାନଙ୍କୁ ସାଥୀମାନେ ହତ୍ୟା କରିଥାନ୍ତି ।

Leave A Reply

Your email address will not be published.