Latest Odisha News

BREAKING NEWS

ଗଞ୍ଜେଇ ରେଡ୍ ବେଳେ ମିଳିଲା ବିପୁଳ ରୂପା ଇଟା, ଆସିକାରୁ ନିଆ ଯାଉଥିଲା ପଶ୍ଚିମବଙ୍ଗ

କଟକ: ଗଞ୍ଜେଇ ଧରିବାକୁ ଅବକାରୀ ବିଭାଗ କରିଥିବା ରେଡ୍ ବେଳେ ରୂପା ଇଟା ସହ ଅଳଙ୍କାର ମିଳିଛି । ଏଥିସହ ଗାଡ଼ିରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଟାଙ୍ଗୀ ଟୋଲଗେଟ୍ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ଏସବୁ ଧରିଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରେ ଏମାନେ ଯାଉଥିଲେ । ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଯାଞ୍ଚ ବେଳେ କାରର ଗୁପ୍ତ ଚ୍ୟାମ୍ବରରୁ ବିପୁଳ ରୂପା ଇଟା ସହ ଅଳଙ୍କାର ମିଳିଛି । ଚାନ୍ଦି ଅଳଙ୍କାର ମଧ୍ୟରେ ପାଉଁଞ୍ଜି, ଖଡ଼ୁ, ଲକେଟ୍ ଆଦି ରହିଛି । ତେବେ ଅଳଙ୍କାର ନେଇ କୌଣସି କାଗଜପତ୍ର ଦେଖାଇ ପାରି ନାହାଁନ୍ତି ଅଟକ ୨ ଜଣ ।

ତେବେ ଅଟକ ରହିଥିବା ୨ ଜଣ ଏନେଇ କିଛି ଜାଣି ନଥିବା କହିଛନ୍ତି । ବିପୁଳ ରୂପା ଅଳଙ୍କାର ଜବତ ପରେ ବଣିଆକୁ ଯାଞ୍ଚ ପାଇଁ ଡକା ଯାଇଛି । ଏଥିସହ ଜିଏସଟି ବିଭାଗ ଅଧିକାରୀ ଯାଞ୍ଚ ପାଇଁ ଆସୁଛନ୍ତି । ଗାଡ଼ିଟି ଗଞ୍ଜାମ ଆସିକାରୁ ପଶ୍ଚିମବଙ୍ଗର ଖଡ଼ଗପୁର ଯାଉଥିଲା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.