Latest Odisha News

BREAKING NEWS

ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ଏବେ ଚର୍ଚ୍ଚାରେ । ତେବେ ବଲିଉଡ ପାଇଁ ଗ୍ରହଣ ସାଜିଥିବା ବୟକଟ ଟ୍ରେଣ୍ଡ ପଠାନକୁ ଗ୍ରାସ କରିବାକୁ ଆସିଛି । ରିପୋର୍ଟ ମୁତାବକ ବେଶରମ ଗୀତ ରିଲିଜ ହେବା ପରେ ବୟକଟ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଯାହାକି ମେକର୍ସଙ୍କ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଟୁଇଟରରେ ସୁଶାନ୍ତ ସିଂ ରାଜପୁତ ପ୍ରଶଂସକମାନେ ଏହାକୁ ଟ୍ରେଣ୍ଡ କରାଉଥିବା କୁହାଯାଉଛି । ୟୁଜର୍ସ ଗୀତକୁ ସମାଲୋଚନା କରିବା ସହ ଦୀପିକା ପାଦୁକୋନଙ୍କୁ ଟାର୍ଗେଟ କରିଛନ୍ତି । ସେହିପରି ଫିଲ୍ମ ରିଲିଜ ପୂର୍ବରୁ ତୀର୍ଥସ୍ଥଳକୁ ଯିବା ନେଇ ସେମାନେ ଶାହାରୁଖଙ୍କୁ ସମାଲୋଚନା କରିବାରେ ଲାଗିଛି । ଏବେ ସୋସିଆଲ ମିଡିଆରେ ଏ ନେଇ ଅନେକଗୁଡିଏ ମେମ୍ସ ମଧ୍ୟ ଭାଇରାଲ ହେଉଛି ।

ଅମୀର ଖାଁ, ରଣବୀର କାପୁରଙ୍କ ଗର୍ବ ଆମେ ଭାଙ୍ଗିଛୁ । ଏଥର ଶାହାରୁଖଙ୍କ ପାଳି ବୋଲି ସେମାନେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୟକଟରେ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବଲିଉଡ ଭାରତର ମର୍ଯ୍ୟଦାକୁ ଶେଷ କରିବା ଉଦ୍ୟମ ଚଳାଇଛି । ଆମେ ଏହାକୁ କରାଇ ଦେବୁନି ବୋଲି ସେମାନେ କହିଛନ୍ତି । ତେବେ ଏହା ସତ୍ୱେ ଫିଲ୍ମ ଜବରଦସ୍ତ ସଫଳତା ହାସଲ କରିବ ବୋଲି ମେକର୍ସଙ୍କ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.