Latest Odisha News

ଚୀନକୁ ଚାଲେଞ୍ଜ ଦେଲେ ଅମିତ ଶାହ, କହିଲେ ‘ମୋଦି ସରକାରରେ ଇଞ୍ଚେ ବି ଜମି ନେଇ ପାରିବନି’

ନୂଆଦିଲ୍ଲୀ:ଭାରତର ଇଞ୍ଚେ ବି ଜମି କାହାକୁ ଦେବୁନି । ମୋଦି ସରକାର ସମୟରେ ଶତ୍ରୁପକ୍ଷ ଚାହିଁଲେ ବି ଗୋଟିଏ ଇଞ୍ଚ ଜମି ନେଇ ପାରିବେ ନାହିଁ । ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ସାହ ।

ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗଠାରେ ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହେବାର ଚିତ୍ର ସାଟେଲାଇଟ ଫୁଟେଜରୁ ସାମ୍ନାକୁ ଆସିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।   ଜିନପିଙ୍ଗ୍ ସରକାରଙ୍କୁ କଟାକ୍ଷ କରି ଗୃହମନ୍ତ୍ରୀ ଅମିତ ଶାହ ସଂସଦ ବାହାରେ ପ୍ରତିକ୍ରିୟା ଦେଇ କହିଛନ୍ତି, କଂଗ୍ରେସ ଶାସନ ସମୟରେ ହିଁ ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା । ହେଲେ ମୋଦି ସରକାରରେ ଭାରତ ଠାରୁ କେହି ଗୋଟିଏ ଇଞ୍ଚ ଜମି ନେଇପାରିବେ ନାହିଁ ।

ଏହି ଘଟଣାରେ ଗୃହମନ୍ତ୍ରୀ  ଭାରତୀୟ ଯବାନଙ୍କ ବୀରତ୍ୱକୁ   ପ୍ରଶଂସା କରି କହିଛନ୍ତି  ଆମ ଯବାନ ବୀରତ୍ୱର ସହ ଚୀନ ସେନାର  ମୁକାବିଲା କରିଛନ୍ତି ।  ଚୀନ୍ ସେନାକୁ ମୁହଁତୋଡ ଜବାବ ଦେଇ ତଡିଦାବାରେ ସଫଳ ହୋଇଛନ୍ତି ଭାରତୀୟ ଯବନା । ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରି ଦେଇଛନ୍ତି  ।

ଅରୁଣାଚଳ ପ୍ରଦେଶର ତାୱଙ୍ଗ ସେକ୍ଟରରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିଲେ ।   ଗତ ୯ ତାରିଖରେ ଏହି ଘଟଣା ଘଟିଥିଲା ଚୀନର ପ୍ରାୟ ୩ଶହରୁ ୪ଶହ ସୈନ୍ୟ ଭାରତ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ ।  ହେଲେ  ସେମାନଙ୍କୁ ବାଧା ଦେଇଥିଲେ ଭାରତୀୟ ସେନା । ଏଥିରେ  ଚୀନର ଅନେକ ସୈନ୍ୟ ଆହତ ହୋଇଛନ୍ତି ।   ତେବେ ୬ ଜଣ ଭାରତୀୟ ଯବାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

Leave A Reply

Your email address will not be published.