Latest Odisha News

BREAKING NEWS

ତନିଷ୍କ ବିକୁଛି ଟେନସନ !

ମୁମ୍ବାଇ:ଟାଟା ଗ୍ରୁପର ଜୁଏଲାରୀ ବ୍ରାଣ୍ଡ ତନିଷ୍କ ବିଜ୍ଞାପନ ମାଧ୍ୟମରେ ବିବାଦକୁ ଡାକି ଆଣୁଛି । ଦୀପାବଳୀ ଅବସରରେ ନିକଟରେ ଏକ ବିଜ୍ଞାପନ ପ୍ରସାରିତ ହୋଇଛ । ଏହାର ବିଷୟବସ୍ତୁ ନେଇ କମ୍ପାନୀକୁ ସମାଲୋଚନାର ସାମ୍ନା ହେବାକୁ ପଡିଛି । ବିଜ୍ଞାପନରେ ମଡେଲ ସାୟାନୀ ଗୁପ୍ତା ବାଣ ଫୁଟାଇବା ବଦଳରେ କିଛି ସମୟ ମାଆଙ୍କ ସହିତ ସମୟ କାଟିବାକୁ କହୁଛନ୍ତି । ଏଥିରେ ନୀନା ଗୁପ୍ତା, ନିମରତ କୌର ଓ ଅଲିୟା ଫର୍ଣ୍ଣିଚର ଅଭିନୟ କରିଛନ୍ତି । ଦିୱାଲୀର ସମୟରେ ବାରମ୍ବାର ବିଭିନ୍ନ ମାଧ୍ୟମରେ ଏହାକୁ ନ ପାଳିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । ଏହା ପରେ ପୁନର୍ବାର ସୋସିଆଲ ସାଇଟରେ ବୟକଟ ତନିଷ୍କ ଟ୍ରେଣ୍ଡ କରିବାରେ ଲାଗିଛି । ଯାହା ନେଇ କମ୍ପାନୀ ଚିନ୍ତାରେ ଅଛି ।

ପୂର୍ବରୁ ମୁସଲିମ ଘରେ ହିନ୍ଦୁ ବୋହୂ ନେଇ ଏକ ବିଜ୍ଞାପନ ପ୍ରସାରିତ କରିଥିଲା । ଏହା ଲଭ ଜେହାଦ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହୋଇଥିଲା । ତୀବ୍ର ସମାଲୋଚନା ପରେ ଶେଷର ଏହାକୁ କମ୍ପାନୀ ହଟାଇ ଦେଇଥିଲା ।

Leave A Reply

Your email address will not be published.