Latest Odisha News

BREAKING NEWS

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବଏକଟ୍ ସଲମାନ୍ ଖାନ୍‌’

ମୁମ୍ବାଇ: ବହୁ ପ୍ରତିକ୍ଷିତ ରିୟାଲିଟି ଶୋ ‘ବିଗ୍ ବସ୍‌’ର ସିଜିନ୍‌-୧୪ ଆରମ୍ଭ ହୋଇଛି । ଯେଉଁଥିରେ ସଲମାନ୍ ଖାନ୍ ହୋଷ୍ଟିଂ କରୁଛନ୍ତି । ହେଲେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବଏକଟ୍ ସଲମାନ୍ ଖାନ୍‌’ ।

ନିକଟରେ ବିଗବସ୍ ସେଟର ଏକ ଫଟୋ ସଲମାନ ଖାନ୍ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ ।

ଏହା ଉପରେ ବଲିଉଡ ଅଭିନେତା କମାଲ ଆର୍ ଖାନ୍ ଟ୍ୱିଟ୍ କରି କହିଛନ୍ତି ଯେ “ଦର୍ଶକ ବିଗ୍ ବସ୍ ୧୪କୁ ବଏକଟ୍ କରି ଇତିହାସ ରଚିଛନ୍ତି । ଏପରିକି ଶୋ’ର ଓପନିଂ ଏପିସୋଡରେ ସବୁଠୁ କମ୍ ଟିଆରପି ମିଳିଛି ।” କମାଲଙ୍କ ଏହି ଟ୍ୱିଟ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଅଧିକ ପଢନ୍ତୁ- ବିଗ୍ ବସ୍ ୧୪ରେ ସଲମାନ୍ ଖାନ୍‌; ପ୍ରୋମୋ ଭିଡିଓ ରିଲିଜ

ତେବେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଫ୍ୟାନ୍ସ ମାନେ ବଲିଉଡ କଳାକାରଙ୍କ ଉପରେ ଉତକ୍ଷିପ୍ତ ରହିଛନ୍ତି । ଯାହା ଫଳରେ ସୋସିଆଲ୍ ମିଡିଆରେ ବଏକଟ୍ ଭଳି ହାସଟ୍ୟାଗକୁ ଅଧିକ ଟ୍ରେଣ୍ଡ କରୁଛି ।

Leave A Reply

Your email address will not be published.