ବେଜିଂ: ସୋସିଆଲ ମିଡିଆରେ ଏ ଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ପ୍ରେମୀ ଯୁଗଳଙ୍କୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟ ମୁତାବକ ଝେଜିୟାଙ୍ଗ ଅଂଚଳର ଏକ ପ୍ରେମିକ ତାର ପ୍ରେମିକାକୁ ଚୁମ୍ବନ ଦେଇଥିଲା । ଅତ୍ୟଧିକ ଉତେଜନା ପ୍ରବଣ ହୋଇ ସେ ୧୦ମିନିଟ ଧରି ଏହାକୁ ବଜାୟ ରଖିଥିଲେ । ହଠାତ ତାଙ୍କ କାନକୁ ଶକ୍ତ ଝଟକା ଲାଗିଲା ଏବଂ ତଳେ ପଡି ଚିତ୍କାର କରିବାକୁ ଲାଗିଲେ । ତାଙ୍କ କାନକୁ କିଛି ଶୁଭୁ ନ ଥିଲା । ଡାକ୍ତରଖାନାରେ ଭର୍ତି କରାଯିବା ପରେ ଡାକ୍ତର ତାଙ୍କ କାନ ଅବସ୍ଥା ଦେଖି ଚକିତ ହୋଇ ଯାଇଥିଲେ । ବ୍ୟକ୍ତିଙ୍କ କାନରେ ବଡ ଧରଣର ଛିଦ୍ର ହୋଇ ଯାଇଥିଲା ।
ତେବେ ଖୁସିର କଥା ଯେ, ଅପେରଶନ ପରେ ବ୍ୟକ୍ତିଙ୍କ କାନ ଠିକ ହୋଇଯିବ ଓ ସେ ଶୁଣିପାରିବେ । ଅବଶ୍ୟ ଏଥିପାଇଁ ତାଙ୍କ, ୩ ମାସ ଅପେକ୍ଷା କରିବାକୁ ପଡିବ । ଡାକ୍ତରଙ୍କ ମତରେ ଅତ୍ୟଧିକ ଉତେଜନା ଯୋଗୁ ଶରୀରରେ ଏକ ପ୍ରକାର ଶିହୀରଣ ଖେଳି ଯାଇଥିଲା । ଦୀର୍ଘ ସମୟ ଧରି ଚୁମ୍ବନ କରିବା ଫଳରେ ଏ ଭଳି ଘଟଣା ଘଟିଥିଲା । ପୂର୍ବରୁ ଚୀନରେ ଏ ଭଳି ୨/୩ ଘଟଣା ସମ୍ମୁଖକୁ ଆସିଛି ।
Comments are closed.