Latest Odisha News

BREAKING NEWS

ପ୍ରେମିକାଙ୍କ କାମୁଡ଼ା ଦାଗକୁ ସ୍ମୃତି କରି ରଖିବା ପାଇଁ ହାତରେ ଟାଟୁ କଲେ ପ୍ରେମିକ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ସେହିପରି ପ୍ରେମୀଯୁଗଳ ନିଜ ନିଜର ସାଥୀଙ୍କୁ କେତେ ଭଲ ପାଆନ୍ତି ତାହାକୁ ନିଜ ଶରୀରରେ ଟାଟୁ କରି ପ୍ରମାଣ କରି ଦେଖାଇଥାନ୍ତି । ଏବେ ଏକ ପ୍ରେମୀଯୁଗଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ କାମୁଡ଼ା ଦାଗକୁ ସ୍ମୃତି କରି ରଖିବା ପାଇଁ ଟାଟୁରେ ଉତ୍ତାରିଛନ୍ତି । ଏହି ହୃଦୟସ୍ପର୍ଶୀ ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

BjdElectrycity

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ପ୍ରେମୀଯୁଗଳ ଟାଟୁ ଦୋକାନରେ ପହଞ୍ଚିଛନ୍ତି । ଏହି ସମୟରେ ଯୁବତୀ ତାଙ୍କ ସାଥୀଙ୍କ ହାତକୁ ଜୋରରେ କାମୁଡ଼ି ଦାଗ କରି ଦେଉଛନ୍ତି । ନିଜ ପ୍ରେମିକାଙ୍କ ଦାନ୍ତ ଚିହ୍ନକୁ ସାଇତି ରଖିବା ପାଇଁ ପ୍ରେମିକ ଜଣକ ଟାଟୁ ଆଙ୍କୁଥିବା ନଜର ଆସିଛନ୍ତି । ଟାଟୁ ଆର୍ଟିଷ୍ଟ ଜଣକ ଖୁବ ସୁନ୍ଦର ଭାବେ ଉକ୍ତ ସ୍ଥାନରେ ଟାଟୁ ଆଙ୍କି ଦେଉଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.