Latest Odisha News

ଦ୍ୱିତୀୟ ବିବାହ କଲେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ

ମୁମ୍ବାଇ: ଦ୍ୱିତୀୟ ବିବାହ କରିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ । ମାହିରା ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ସଲିମ କରିମଙ୍କୁ ବିବାହ କରିଛନ୍ତି । ଏହି ବିବାହ ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବିବାହ ସମୟରେ ମାହିରା ହ୍ୱାଇଟ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସଲିମ କଳା ଶେରୱାନି ପିନ୍ଧିଥିଲେ । ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଲାଗୁଥିଲେ । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକ ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

୨୦୧୭ ମସିହାରେ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ରଇସ୍‌ରେ ମାହିରା ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ସେ ହେଉଛନ୍ତି ଏକମାତ୍ର ଅଭିନେତ୍ରୀ ଯିଏ କି ବଲିଉଡ଼ ଅଭିନେତା ଶାହାରୁଖଙ୍କ ସହ ପାକିସ୍ତାନୀ ଅଭିନେତ୍ରୀ ଭାବରେ କାମ କରିଛନ୍ତି । ମାହିରା ୨୦୦୭ରେ ତାଙ୍କ ପିଲାଦିନର ବନ୍ଧୁ ତଥା ପ୍ରେମିକ ଅଲ୍ଲି ଆସ୍କାରିଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବିବାହ ବେଶୀ ଦିନ ତିଷ୍ଠି ପାରି ନ ଥିଲା । ୨୦୧୫ ମସିହାରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲେ ।

Leave A Reply

Your email address will not be published.