Latest Odisha News

BREAKING NEWS

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କଲେ BPED ଛାତ୍ରଛାତ୍ରୀ

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶଳାୟ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ବିପିଇଡି ଛାତ୍ରଛାତ୍ରୀ । ପିଇଟି ପଦବୀର ଯୋଗ୍ୟତାରେ ସଂଶୋଧନ ଦାବି କରି ଧାରଣା ଦେଇଛନ୍ତି ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେସନ ଛାତ୍ରଛାତ୍ରୀ । ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ପିଇଟି ପଦବୀ ପାଇଁ ଯୁକ୍ତ ୨ରେ ସାଧାରଣ ବର୍ଗ ପିଲାଙ୍କ ୫୦% ମାର୍କ, ଅନ୍ୟ ବର୍ଗ ପିଲାଙ୍କ ଲାଗି ୪୫% ମାର୍କ ସହ ବିପିଇଡି ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ରଖାଯାଇଛି ।

ଏହା ଦ୍ବାରା ଯୁକ୍ତ ୨ରେ କମ୍ ମାର୍କ ରଖିଥିବା ବହୁ ଛାତ୍ରଛାତ୍ରୀ ବିପିଇଡି କୋର୍ସ କରିଥିଲେ ମଧ୍ୟ ପିଇଟି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ । ଏନେଇ ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ ନିଆନଯିବାରୁ ଶେଷରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ଘେରାଉ କରିଥିଲେ । ତୁରନ୍ତ ପିଇଟି ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଲାଗି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦାବି ପୂରଣ ନ ହେବା ଯାଏ ନିର୍ଦ୍ଦେଶାଳୟ ସମ୍ମୁଖରୁ ନଉଠିବାକୁ ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ । ପିଲାଙ୍କ ଭୟରେ ନିର୍ଦ୍ଦେଶାଳୟ ପକ୍ଷରୁ ମୁଖ୍ୟ ଫାଟକକୁ ତାଲା ପକାଇ ଦିଆଯାଇଛି । ନିକଟରେ ପ୍ରକାଶିତ ୧୨୬୦ ହାଇସ୍କୁଲ ପିଇଟି ପଦବୀର ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଦାବିରେ ବିକ୍ଷୋଭ କରିଛନ୍ତି ବିପିଇଡି ଛାତ୍ରଛାତ୍ରୀ ।

Comments are closed.