Latest Odisha News

BREAKING NEWS

ବ୍ରହ୍ମଗିରି ନାଥପୁର ବୋମା ମାଡ଼ ଘଟଣାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

ପୁରୀ : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲାରେ ବଢୁଛି ଗିରଫଦାରୀ । ବୋମାମାଡ ଘଟଣା ପରେ ଗାଁ ପୁରୁଷଶୂନ୍ୟ ହୋଇପଡିଥିବା ବେଳେ, ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏବେ ବି ଗାଷରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଏସପି । ଅତିରିକ୍ତ ଏସପି, ସଦର ଏସଡିପିଓ ଏବଂ ସମ୍ପୃକ୍ତ ଥାନାର ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଯେଉଁ ମାନଙ୍କ ବିରୋଧରେ ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ଅନୁସନ୍ଧାନ ଜାରି ରଖିଛି । ବର୍ତ୍ତମାନ ସୁଧା ଅନେକ ଜୀବନ୍ତ ବୋମା ଜବତ କରାଗଲାଣି । ଗତ ମାର୍ଚ୍ଚ ମାସରେ କୃଷ୍ଣପ୍ରସାଦ ତହସିଲ ବ୍ରହ୍ମପୁର ଗାଁର ପ୍ରାୟ ୪୦ରୁ ଅଧିକ ହରିଜନ ଲୋକେ ନିଜ ଗାଁରେ ଜାତିଆଣ ମାମଲାକୁ ନେଇ ଗାଁରୁ ବାସନ୍ଦ ହୋଇଥିଲେ । ସେମାନେ ସାତପଡ଼ା ନାଥପୁର ଗାଁରେ ଏଜ ସରକାରୀ ଜମିକୁ ଜବରଦଖଲ କରି ଘର ତିଆରି କରି ରହିବା ପାଇଁ ପ୍ରସ୍ତୁତ ହେଇଥିବା ବେଳେ ସାତପଡ଼ା ଅଞ୍ଚଳର ୩୫ ମୌଜାର ଲୋକେ ସେମାନଙ୍କୁ ବିରୋଧ କରିଥିଲେ । ଏନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ୩୫ ମୌଜାର ଲୋକ ବୈଠକକୁ ଡାକିଥିଲେ । ମାତ୍ର ବୈଠକକୁ ନଆସି ତାଙ୍କୁ ଡାକିବାକୁ ଯାଇଥିବା ଲୋକଙ୍କୁ ସେମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ବୋମାମାଡ଼ ଓ ଜଳାପୋଡ଼ା ହୋଇଥିଲା ।

Leave A Reply

Your email address will not be published.