Latest Odisha News

ଡିଫ୍ରିଜ ହେଲା ରିୟାଙ୍କ ଆକାଂଉଟ

ମୁମ୍ବାଇ: ଏକ ସ୍ୱତନ୍ତ୍ର କୋର୍ଟ ବୁଧବାର ରିୟା ଚକ୍ରବର୍ତିଙ୍କ ଆକାଂଉଟକୁ ଡିଫ୍ରିଜ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ତାଙ୍କ ଗ୍ୟାଜେଟ୍ସ ମଧ୍ୟ ଫେରାଇ ଦେବା ପାଇଁ କୁହାଯାଇଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ସମ୍ପୃକ୍ତି ଥିବା ନେଇ ରିୟାଙ୍କ ଆକାଂଉଟ ଏନସିବି ଫ୍ରିଜ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

ରିୟା ତାଙ୍କ କର୍ମଚାରୀଙ୍କୁ ଦରମା ଏବଂ ଜିଏସଟି ସମେତ ଅନ୍ୟ ଟ୍ୟାକ୍ସ ଭରଣା ପାଇଁ ଆକାଂଉଟକୁ ଡିଫ୍ରିଜ କରିବା ପାଇଁ ଅନୁରୋଧ କରିଥିଲେ । କେତେକ ସର୍ତ ଅନୁସାରେ ସେ ତାଙ୍କ ବ୍ୟାଙ୍କ ଆକାଂଉଟ ବ୍ୟବହାର କରିପାରିବେ ବୋଲି କୋର୍ଟ ଶୁଣାଣୀ କରିଛନ୍ତି । ସେହିପରି ୧ ଲକ୍ଷ ଟଙ୍କାର ବଣ୍ଡ ସହ ତାଙ୍କ ଗ୍ୟାଜେଟ ଫେରାଇବା ପାଇଁ କହିଛନ୍ତି ।

Leave A Reply

Your email address will not be published.