Latest Odisha News

BREAKING NEWS

‘ବ୍ରାହ୍ମଣମାନେ ରୁଷରୁ ଆସିଛନ୍ତି, ତାଙ୍କୁ ଘଉଡାଇବା ଆବଶ୍ୟକ’

ପାଟନା: କୌଣସି ବ୍ରାହ୍ମଣ ଭାରତର ନୁହଁନ୍ତି। ସେମାନେ ରୁଷରୁ ଆସିଛନ୍ତି। ଯେଉଁ ଭାରତୀୟ ନିଜକୁ ବ୍ରାହ୍ମଣ ବୋଲି ଦାବି କରୁଛନ୍ତି ସେମାନେ ରୁଷ ଫେରିଯିବା ଦରକାର । ଏହା କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଯଦୁବଂଶ କୁମାର ଯାଦବ। ଆରଜେଡି ନେତାଙ୍କ ଏହି ବୟାନପରେ ବିବାଦ ସୃଷ୍ଟି ହୋଇଛି।

“ଡିଏନ୍ଏ ପରୀକ୍ଷାରୁ ଜଣାପଡିଛି ଯେ କୌଣସି ବ୍ରାହ୍ମଣ ଏହି ଦେଶର ନୁହଁନ୍ତି ଏବଂ ସେମାନେ ଋଷ ଏବଂ ଅନ୍ୟ ୟୁରୋପୀୟ ଦେଶରୁ ଆସିଛନ୍ତି। ବ୍ରାହ୍ମଣମାନେ ଆମକୁ ଭାଗ କରି ଶାସନ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ସେମାନଙ୍କୁ ଏଠାରୁ ଘଉଡାଇବା ଉଚିତ୍” ବୋଲି ଆରଜେଡି ନେତା ଯଦୁବଂଶ କୁମାର ଯାଦବ କହିଛନ୍ତି।

ଆରଜେଡି ନେତାଙ୍କ ଏହି ବିବୃତ୍ତିକୁ ନେଇ ତେଜିଛି ବିବାଦ। ବ୍ରାହ୍ମଣ ମହାସଭାର ସଞ୍ଜୀବ ମିଶ୍ର ଏଥିପାଇଁ ଏହି ଆରଜେଡି ନେତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି।

ସେ କହିଛନ୍ତି, ଭାବୁଛି ଆରଜେଡି ନେତାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ। ତାଙ୍କୁ ଔଷଧର ଆବଶ୍ୟକତା ରହିଛି ଏବଂ ସେ ସମାଜ ଆଗରେ କ୍ଷମା ପ୍ରାର୍ଥନା କରିବା ଉଚିତ।

Comments are closed.