Latest Odisha News

BREAKING NEWS

ଓଡିଶା ଉପକୂଳରୁ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ର ସଫଳ ପରୀକ୍ଷଣ ମଙ୍ଗଳବାର ଦିନ କରାଯାଇଛି । ଏହି ସ୍ଥଳରୁ ଆକାଶକୁ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରଟି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରୁ ସଫଳ ଉତକ୍ଷେପଣ କରାଯାଇଛି ।

ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର ଘାଟିର ୩ନଂ ଲଞ୍ଚ ପ୍ୟାଡରୁ ସକାଳ ପ୍ରାୟ ୮ଟା ୪୫ମି. ବେଳକୁ ପରୀକ୍ଷଣ କରାଯାଇଥିଲା । ଏଥିଲାଗି ପ୍ରତିରକ୍ଷା ବିଭାଗ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି କରାଯାଇଥିଲା ।

ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ଏହି କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’କୁ ବିଧ୍ୱଂସକାରୀ ଭାବେ ବ୍ୟବହାର କରାଯାଇଥାଏ ।

ପ୍ରାପ୍ତ ସୂଚନାନୁଯାୟୀ ଶବ୍ଦର ବେଗଠାରୁ ୩ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି କ୍ଷେପଣାସ୍ତ୍ରରେ ୨ଟି ଷ୍ଟେଜ୍ ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଇଛି । ଏହାକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ତଥା ରେଳ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ ।

ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ଏହି ମିସାଇଲଟି ସ୍ଥଳଭାଗରୁ ପ୍ରାୟ ୨୯୦କିମି.ରୁ ପ୍ରାୟ ୪ଶହ କିମି. ଯାଏଁ ଲକ୍ଷ୍ୟ ଭେଦ କରିବାର କ୍ଷମତା ବୃଦ୍ଧି ପାଇଥିବା ନେଇ ପ୍ରତିରକ୍ଷା ବିଭାଗରୁ ସୂଚନା ମିଳିଛି ।

ଏହି ମିସାଇଲର ଲମ୍ବ ୮.୪ମି., ମୋଟେଇ ୦୬.ମି. ଓ ଓଜନ ୩ ହଜାର କିଗ୍ରା. ରହିଥିବା ବେଳେ ଘଣ୍ଟାପ୍ରତି ୩୪୦୦ କିମି.ରୁ ୩୭୦୦ କିମି. ବେଗରେ ଗତି କରିପାରିଥାଏ । ଏହାକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଇ ଆସୁଅଛି ।

Leave A Reply

Your email address will not be published.