Latest Odisha News

BREAKING NEWS

ପୁଣି କ୍ରିକେଟକୁ ଲେଉଟିବେ ଡ଼ି’ଭିଲିୟର୍ସ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳି ଏବି ଡି’ଭିଲୟର୍ସ ଅନ୍ତର୍ଜାତୀୟ ମ୍ୟାଚକୁ ପୁନଃ ପ୍ରତ୍ୟାବର୍ତନ ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ତାଙ୍କୁ ମନେଇବାରେ ଲାଗିଛି ।

ଡି’ଭିଲର୍ସ ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ବର୍ତମାନର ଅଧିନାୟକ ଫାପ୍ ଡୁପ୍ଲେସି ମଧ୍ୟ ଡି’ଭିଲର୍ସ ଫେରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ।

ଆସନ୍ତା ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଜାତୀୟ ଦଳକୁ ଫେରାଇ ଆଣିବା ପାଇଁ ଜୋରସୋରରେ ଉଦ୍ୟମ ଚାଲିଛି । ଡି’ଭିଲର୍ସ ଅବସର ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ଦେଶରେ ଆୟୋଜିତ ଟି୨୦ ଲିଗରେ ଖେଳିବା ଜାରି ରଖିଛନ୍ତି ।

ଦକ୍ଷିଣ ଆଫ୍ରିକା ପାଇଁ ସର୍ବଦା ନକଆଉଟ ପର୍ଯ୍ୟାୟ ଅଶୁଭ ସାବ୍ୟସ୍ତ ହୋଇଛି । କୌଣସି ବିଶ୍ୱକପ ଦଳ ଜିତି ନ ଥିବାରୁ ଏହି କଳଙ୍କ ଧୋଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ବୋର୍ଡ ରହିଛି।

Leave A Reply

Your email address will not be published.