Latest Odisha News

ସୂର୍ଯ୍ୟତାପ ପାଲଟିଛି ଅଭିଶାପ, ଘରୁ ବାହାରିଲେ ପୋଡିଯାଉଛି ଚର୍ମ

ଓଡିଶା ସମ୍ବାଦ ବ୍ୟୁରୋ: ମାନବ ଜାତି ପାଇଁ ସୂର୍ଯ୍ୟତାପ ଅବା ଖରା ଖୁବ ଜରୁରୀ । ଛୋଟ ଛୁଆ ହୁଅନ୍ତୁ ଅବା ବୟସ୍କ । ବିନା ଖରାରେ ଜୀବନର କଳ୍ପନା ନିଶ୍ଚିତ ରୂପେ ଅସମ୍ଭବ । ତେବେ ଆମ ଦୁନିଆରେ ଏମିତି ଏକ ଗାଁ ରହିଛି, ଯେଉଁଠିକାର ଲୋକେ ଖରାରେ ଘରୁ ପାଦ କାଢିବାକୁ ଖୁବ ଭୟ କରନ୍ତି । ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ବ୍ରାଜିଲର ସାଓପାଓଲୋର ଅରାରସ୍ ଗାଁର ଲୋକେ ଦିନରେ କେବେ ହେଲେ ଘରୁ ବାହାରିନଥାନ୍ତି । ଏଠିକାର ଲୋକେ ଖରାରେ ଘରୁ ବାହାରିବା ମାତ୍ରେ ତାଙ୍କ ଚର୍ମ ପୋଡିଯିବା ସହ ସେମାନେ ଦୃଷ୍ଟିହୀନତାର ଶିକାର ହୋଇଥାନ୍ତି ।

ଏପରି ଅଜବ ଘଟଣା ପଛରେ ଏକ ଭୟଙ୍କର ରୋଗ କାରଣ ସାଜିଛି । ଅରାରସ୍ ଗାଁର ଲୋକେ ଜେରୋଡର୍ମା ପିଗମେଣ୍ଟୋସମ୍ (Xeroderma Pigmentosum) ନାମକ ଏକ ଦୁର୍ଲଭ ରୋଗରେ ପୀଡିତ । ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଏହି ରୋଗ କେବଳ ୩ ପ୍ରତିଶତ ଲୋକଙ୍କ ମଧ୍ୟରେ ଦେଖାଯାଇଥାଏ । ଏଥିରେ ପୀଡିତ ଲୋକଙ୍କ ଚର୍ମ ଖରାରେ ସତେ ଯେମିତି ତରଳିଯାଇଥାଏ ଓ ଆଖିରେ ଗଭୀର ପ୍ରଭାବ ପକାଇଥାଏ ।

ମିିଳିଥିବା ସୂଚନା ଅନୁଯାୟୀ ଅରାରସ ଗାଁର ଜନସଂଖ୍ୟା ପାଖାପାଖି ୧ ଲକ୍ଷ ୩୬ ହଜାର । ଏଥିରୁ ୬୦୦ରୁ ଅଧିକ ଲୋକ ଜେରୋଡର୍ମା ପିଗମେଣ୍ଟୋସମ୍ ରୋଗରେ ପୀଡିତ । ଅନେକ ଲୋକ ଏହି ରୋଗକୁ ବଂଶାନୁଗତ ଭାବେ ଭୋଗୀ ଆସୁଛନ୍ତି । ଅନେକ ଲୋକ ଏହି ରୋଗକୁ ଯୌନ ସମ୍ବନ୍ଧିତ କହୁଥିଲାବେଳେ କିଛି ଏହାକୁ ଭଗବାନଙ୍କ ଅଭିଶାପ ରୂପେ ପରିଗଣିତ କରିଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ଏହି ରୋଗକୁ ନେଇ ସ୍ଥାନୀୟ ଲୋକେ ସଚେତନ ହେବା ସହ ଛୋଟ ପିଲାଙ୍କର ପ୍ରାରମ୍ଭିକ ଲକ୍ଷଣକୁ ଦୃଷ୍ଟିରେ ରଖି ଏହାର ଚିକିତ୍ସା କରାଯାଇପାରୁଛି ।

Leave A Reply

Your email address will not be published.