Latest Odisha News

ୟଶରାଜ ଫିଲ୍ମର ୪ ଫିଲ୍ମକୁ ଓଟିଟିରେ ରିଲିଜ କରିବା ପାଇଁ ଆମାଜନ ପ୍ରାଇମ ଦେଲା ୨୫୦ କୋଟି

ମୁମ୍ବାଇ: ଆମାଜନ ପ୍ରାଇମ ଓ ୟଶରାଜ ଫିଲ୍ମସରେ ମଧ୍ୟରେ ଓଟିଟି ରିଲିଜ ନେଇ ବଡ ଚୁକ୍ତି ହୋଇଛି । ୟଶରାଜ ଫିଲ୍ମର ବଂଟି ଔର ବବଲୀ ୨(ସୈଫ ଅଲୀ ଖାଁ, ରାଣୀ ମୁର୍ଖାଜୀ), ଶମଶେରା(ରଣବୀର କାପୁର, ସଂଜୟ ଦତ, ବାଣୀ କାପୁର), ଜୟେଶ ଭାଇ ଜୋରଦାର(ରଣବୀର ସିଂ) ଓ ପୃଥ୍ୱୀରାଜ( ଅକ୍ଷୟ କୁମାର, ସଂଜୟ ଦତ) ଫିଲ୍ମକୁ ଓଟିଟିରେ ରିଲିଜ କରିବା ପାଇଁ ଆମାଜନ ପ୍ରାଇମ ୨୫୦କୋଟିର ଚୁକ୍ତି କରିଛି ।

ଯଦି ଏହି ଫିଲ୍ମଗୁଡିକ ସିଧାସଳଖ ଓଟିଟିରେ ରିଲିଜ ହୋଇଥାନ୍ତା ତାହେଲେ ଅବଶ୍ୟ ଆହୁରି ଅଧିକ ଅର୍ଥରେ ଚୁକ୍ତି ହୋଇଥାନ୍ତା । ମାତ୍ର ଥିଏଟରରେ ରିଲିଜ ହେବାର ୪ ସପ୍ତାହ ପରେ ଏଗୁଡିକ ଆମାଜନ ପ୍ରାଇମରେ ରିଲିଜ ହେଉଥିବାରୁ ଏହାକୁ ଉପଯୁକ୍ତ ଚୁକ୍ତି ଭାବେ ବିବେଚନା କରାଯାଉଛି ।

Leave A Reply

Your email address will not be published.