Latest Odisha News

ପ୍ରେମ କଲା ବାୟା, ପୁଅ ବୟସର ଯୁବକକୁ ବିବାହ ପାଇଁ ଭାରତ ଆସିଲେ ବ୍ରାଜିଲ ମହିଳା

ଭିଣ୍ଡ: କୁହାଯାଏ, ପ୍ରେମରେ ବୟସ ଦେଖାଯାଏ ନାହିଁ। ମଧ୍ୟପ୍ରଦେଶର ଭିଣ୍ଡରେ ଘଟିଯାଇଛି ଏଭଳି ଏକ ଘଟଣା। ବ୍ରାଜିଲର ଜଣେ ମହିଳା ଭିଣ୍ଡର ଜଣେ ଯୁବକଙ୍କୁ ବିବାହ କରିବାକୁ ଆସିଛନ୍ତି ଯିଏକି ତାଙ୍କ ପୁଅ ବୟସର। ଭିଣ୍ଡରେ ରହୁଥିବା ପୱନ ଗୋୟଲ ଏବଂ ବ୍ରାଜିଲ ବାସିନ୍ଦା ରୋଜିନାଇଡ ସେକିରା ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଓ ଏହି ବିବାହ ପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ ଦୁହେଁ ପ୍ରାୟ ଏକ ବର୍ଷ ପୂର୍ବେ ଗୁଜୁରାଟର କୁଚ୍ଛରେ ଦେଖା ହୋଇଥିଲେ। ରୋଜିନାଇଡ୍ ସେତେବେଳେ ଭାରତ ଗସ୍ତ ପାଇଁ ଆସିଥିଲେ। ସେଠାରେ ସେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିବା ପୱନଙ୍କୁ ଭେଟିଥିଲେ ଏବଂ ଦୁହିଁଙ୍କ ମଧ୍ଯରେ ପ୍ରେମ ହୋଇଥିଲା।

ଭିଣ୍ଡ ନିକଟ ନୟାପୁରା ଗାଁର ବାସିନ୍ଦା ପୱନ୍ (୩୦) ହିନ୍ଦୀ ଭାଷା ବୁଝୁଥିବା ବେଳେ ରୋଜି (୫୧) ପର୍ତ୍ତୁଗୀଜ୍ ଥିଲେ। ଦୁହେଁ ଭାଷାକୁ ବୁଝିବା ପାଇଁ ଗୁଗୁଲ୍ ଅନୁବାଦର ସାହାଯ୍ୟ ନେଉଥିଲେ। ଧୀରେ ଧୀରେ ବ୍ରାଜିଲ୍ ଭାଷା ଶିଖିବା ପରେ ପୱନ୍ ଏବଂ ରୋଜିନାଇଡ୍ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ପ୍ରେମିକା ରୋଜି ୮ ଅକ୍ଟୋବରରୁ ଭାରତ ଆସି ପୱନଙ୍କ ପରିବାର ସହିତ ରହୁଛନ୍ତି।

ତେବେ ଉଭୟଙ୍କ ଜାତି ଓ ଧର୍ମ ଅଲଗା ହୋଇଥିବାରୁ ବାହାଘର ପାଇଁ ଜିଲ୍ଲାପାଳଙ୍କ ଠାରୁ ବିଶେଷ ଅନୁମତି ମାଗିଛନ୍ତି ଓ ଦୁହେଁ ମଞ୍ଜୁରି ଅପେକ୍ଷାରେ ରହିଛନ୍ତି।

Comments are closed.