Latest Odisha News

BREAKING NEWS

କାଠମାଣ୍ଡୁରୁ ଦେଖାଗଲା ମାଉଂଟ ଏଭେରେଷ୍ଟ

କାଠମାଣ୍ଡୁ: କରୋନା ଭାଇରସ ଅନେକ କିଛି ଆମକୁ ଶିକ୍ଷା ଦେଉଛି । ଆମେ କିପରି ପରିବେଶକୁ ନଷ୍ଟ କରୁଛେ ତାହା ପ୍ରମାଣିତ କରାଇଛି । ବର୍ତମାନ କରୋନା ଯୋଗୁ ଲୋକେ ଘରୁ ବାହାରୁ ନାହାନ୍ତି । କଳକାରଖାନା ବନ୍ଦ, ଗାଡିମଟର ଚଳାଚଳ ବନ୍ଦ । ଏଥିଯୋଗୁ କେଉଁଠାରେ ବାୟୁମଣ୍ଡଳ ପରିସ୍କାର ହେଲାଣି ତ କେଉଁଠାରେ ନଦୀ ପାଣି ପିଇବା ଯୋଗ୍ୟ ହେଲାଣି ।

ପଶୁ ପକ୍ଷୀମାନେ ନିର୍ଭୟରେ ବିଚରଣ କରିବା ଆରମ୍ଭ କଲେଣି । ଏ ସବୁ ମଧ୍ୟରେ ଶନିବାର କାଠମାଣ୍ଡୁର ଏକ ଫଟୋ ଭାଇରାଲ ହୋଇଛି । ଆକାଶ ପରିସ୍କାର ରହିବା ଫଳରେ ଦୀର୍ଘ ବର୍ଷ ପରେ କାଠମାଣ୍ଡୁରୁ ଏଭେରେଷ୍ଟର ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ଚର୍ଚ୍ଚାର କାରଣ ସାଜିଛି । ଅଭୂଷଣ ଗୌତମ ଏହି ଫଟୋ ଉଠାଇଥିଲେ ।

Leave A Reply

Your email address will not be published.