Latest Odisha News

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ । ଏହାସହ ସୁସ୍ଥଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଦିନକୁ ଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ପୁଣି ୩୦ ଆକ୍ରାନ୍ତ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି । ଅନ୍ୟପଟେ ଏବେସୁଦ୍ଧା ରାଜ୍ୟରେ ୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୩୦ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ।

Leave A Reply

Your email address will not be published.