ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟର ବିବାଦୀୟ ଖେଳାଳି ବ୍ରେଣ୍ଡନ ଟେଲର ପୂନର୍ବାର ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ୩୯ ବର୍ଷୀୟ ଟେଲରଙ୍କୁ ଆଇସିସି ନିଲମ୍ବିତ କରିଥିଲା । ନିଲମ୍ବନ ଦଣ୍ଡାଦେଶ ପୂର୍ଣ୍ଣ ହେବା ପରେ ଟେଲର ପୂନର୍ବାର ଜିମ୍ବାୱେ ଟିମରେ ସ୍ଥାନ ପାଇଛନ୍ତି । ଜାନୁୟାରୀ ୨୦୨୨ରେ ଭାରତୀୟ ବ୍ୟବସାୟୀଙ୍କ ସହ ସ୍ପଟ ଫିକ୍ସିଂ କରିବା ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଇଥିଲା । ଏବେ ସେ ଅଗଷ୍ଟ ୧୧ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜିମ୍ବାୱେ ପକ୍ଷରୁ ଖେଳିବେ । ପୂର୍ବରୁ ଟେଲର ଡୋପଟେଷ୍ଟରେ ମଧ୍ୟ ଧରାପଡିଥିଲେ । ସେ କୋକେନ ସେବନ କରିଥିଲେ ।
୨୦୧୯ରେ ୧୫୦୦୦ ଆମେରିକୀୟ ଡଲାର ଜରିମାନ ବାବଦକୁ ଦେବା ସହ ୧ ମାସ ନିଲମ୍ବିତ ହୋଇଥିଲେ । ନିଲମ୍ବିତ ହେବା ପୂର୍ବରୁ ସେ ୯୨, ୮୧ ଓ ୪୯ ରନ କରି ଭଲ ଫର୍ମରେ ଥିଲେ । ଟେଲରଙ୍କ ପ୍ରତ୍ୟାବର୍ତନକୁ ନେଇ କ୍ରିକେଟ ଦୁନିଆରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କେହି କେହି ଏହାକୁ ସ୍ୱାଗତ କରୁଥିବା ବେଳେ ଅନ୍ୟମାନେ ବିରୋଧ କରୁଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଜିମ୍ବାୱେ ଖରାପ ସ୍ଥିତିରେ ରହିଛି । ପ୍ରଥମ ଇନିଂସରେ ଦଳ ୧୪୯ ରନରେ ଅଲଆଉଟ ହୋଇଯାଇଛି ।
Comments are closed.